www.samajalive.in
Saturday, December 6, 2025
26.1 C
Bhubaneswar

ସୁରଟ ଅଗ୍ନିକାଣ୍ଡ; କୋଚିଂ ସେଣ୍ଟର ମାଲିକ ଗିରଫ

ସୁରଟ: ଗୁଜରାଟର ସୁରଟସ୍ଥିତ ତକ୍ଷଶିଳା କଂପ୍ଲେକ୍ସରେ ଚାଲିଥିବା କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୦ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପୁଲିସ ଶନିବାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୁଲିସ କୋଚିଂ ସେଣ୍ଟର ମାଲିକ ଭାର୍ଗବ ଭୁଟାନିଙ୍କୁ ଗିରଫ କରିଛି। ସେ କୋଚିଂ ସେଣ୍ଟରର ନିର୍ଦେଶକ ଅଛନ୍ତି। ଏହା ସହ ୨ଜଣ ବିଲ୍‌ଡରଙ୍କ ନାମରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୩୦୪ ଏବଂ ୩୦୮ରେ ମାମଲା ରୁଜୁ କରାଯାଇଥିବା ସୁରଟ ପୁଲିସ କମିଶନର ସତୀଶ ଶର୍ମା କହିଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଛାତ୍ରଙ୍କ ମଧ୍ୟରୁ କେତେଜଣ ଚଳିତବର୍ଷ ଗୁଜରାଟ​‌ ବୋର୍ଡ ଦ୍ବାଦଶ ପରୀକ୍ଷା ଦେଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ତକ୍ଷଶିଳା କଂପ୍ଲେକ୍ସଟି ୪ ମହଲା ବିଶିଷ୍ଟ। କଂପ୍ଲେକ୍ସର ୩ୟ ମହଲାରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା। କିନ୍ତୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ନିଆଁ ବ୍ୟାପିଯାଇଥିଲା। ଭୟରେ ଛାତ୍ରମାନେ ୩ୟ ଏବଂ ୪ର୍ଥ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଆହୁରି ୧୫ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ୧୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି କଂପ୍ଲେକ୍ସରେ ୪ଟି କୋଚିଂ ସେଣ୍ଟର ଚାଲିଥିଲା। ସେଥିମଧ୍ୟରୁ ଗୋଟିଏ ସେଣ୍ଟରରେ ଛୋଟ ଛୋଟ ପିଲାଙ୍କ ପାଇଁ ସମର ଡ୍ରଇଂ କ୍ଲାସ୍‌ ଚାଲିଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories