www.samajalive.in
Monday, December 8, 2025
17.1 C
Bhubaneswar

ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’

ମୁମ୍ବଇ : ଦୀର୍ଘଦିନର ବାଦବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଶୁକ୍ରବାର(୨୪ ମେ) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ବକ୍ସ ଅଫିସରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି। ଗୋଟିଏ ପକ୍ଷରେ ଲୋକେ ମୋଦୀଙ୍କ ବିଜୟକୁ ନେଇ ଉତ୍ସାହିତ ଥିବା ବେଳେ ଅନ୍ୟ ପକ୍ଷରେ ତାଙ୍କ ଜୀବନ କାହାଣୀକୁ ପରଦାରେ ଦେଖିବାକୁ ମଧ୍ୟ ଖୁବ୍‍ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ମାତ୍ର ଚଳଚ୍ଚିତ୍ରରେ ବିବେକ ଓବରୟଙ୍କ ଅଭିନୟକୁ କିଛି ଲୋକ ପ୍ରଶଂସା କରୁଥିବା ବେଳେ ଆଉ କିଛି ସମାଲୋଚନା କରୁଥିବା ପରିଲକ୍ଷିତ ହୋଇଛି। ନିର୍ବାଚନ ଆୟୋଗ ଚଳଚ୍ଚିତ୍ରର ମୁକ୍ତିଲାଭରେ ସ୍ଥଗିତାଦେଶ ଜାରି କରିବା ଦ୍ୱାରା ଏହାର ଆୟ ମଧ୍ୟ ପ୍ରଭାବିତ ହେବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ‘ପିଏମ୍‍ ନରେନ୍ଦ୍ର ମୋଦୀ’ର ନିର୍ଦ୍ଦେଶନା ଭାର ଓମଙ୍ଗ କୁମାର ବହନ କରିଛନ୍ତି। ପ୍ରଥମେ ଏହା ୧୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା। ମାତ୍ର ଚଳଚ୍ଚିତ୍ରକୁ ନେଇ ଅନେକ ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗ ଏହାର ମୁକ୍ତିଲାଭ ଉପରେ ସ୍ଥିଗିତାଦେଶ ଜାରି କରିଥିଲେ। ଏହାକୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମୁକ୍ତିଲାଭ ନକରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories