www.samajalive.in
Wednesday, December 10, 2025
26.1 C
Bhubaneswar

ଉଜ୍ୱଳ ତ୍ୱଚା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଖରାଦିନରେ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ସମସ୍ତ ପ୍ରକାରର ସବୁଜ ପନିପରିବା ଓ ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଆମ ଖାଦ୍ୟରୁ ମିଳୁଥିବା ବିଭିନ୍ନ ପୋଷକ ତତ୍ତ୍ୱ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ, ଏହାସହ ଆମ ଚର୍ମକୁ ଉପରେ ପ୍ରଭାବ ପକାଇଥାଏ। ଭିନ୍ନ ଭିନ୍ନ ତରଳ ପଦାର୍ଥର ସେବନ ଆମ ମୁହଁର ଚର୍ମ ପାଇଁ ଲାଭଦାୟକ। ଯାଦ୍ୱାରା ଆପଣଙ୍କ ମୁହଁର ଚର୍ମ ନରମ ଓ ଉଜ୍ୱଳ ହେବ। ଜାଣନ୍ତୁ କେଉଁ ପ୍ରକାରର ଖାଦ୍ୟ ଆମ ମୁହଁର ସୁନ୍ଦରତା ପାଇଁ ଆବଶ୍ୟକ….

courtesy : Boldsky Hindi

ବିଟ –
ବହୁ ଲୋକେ ମୁହଁର ବିଭିନ୍ନ ଦାଗ ଓ ବ୍ରଣ ଦୂର କରିବା ପାଇଁ ବିଟର ବ୍ୟବହାର କରିଥାଆନ୍ତି। ଏହା ମୁହଁକୁ ଉଜ୍ୱଳ କରିଥାଏ। ଆପଣ ନିୟମିତ ବିଟକୁ ଖଣ୍ଡ ଖଣ୍ଡ କରି କାଟି ସାମାନ୍ୟ ଲୁଣ ପକାଇ ଖାଇପାରିବେ କିମ୍ବା ଏହାକୁ ଜୁସ କରି ମଧ୍ୟ ପିଇପାରିବେ।

- Advertisement -
courtesy : Organic Facts

ପିସ୍ତାବାଦାମ –
ପିସ୍ତାବାଦାମ ଶରୀରରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଆଦିର ଅଭାବକୁ ଦୂର କରିଥାଏ। ଏହା ମୁହଁ ପାଇଁ ମଧ୍ୟ ଖୁବ ଲାଭଦାୟକ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ରାତିରେ ପାଣିରେ ଏକ ବାଦାମ ବତୁରାଇ ଏହାକୁ ସକାଳେ ଖାଆନ୍ତୁ। ଏହା ମୁହଁକୁ ଗୋରା ଓ ଉଜ୍ୱଳ କରିଥାଏ।

courtesy : Natural Food Series

ତରଭୂଜ –
ଯେଉଁମାନେ ନିୟମିତ ତରଭୂଜ ଖାଇଥାଆନ୍ତି, ସେମାନଙ୍କ ଚର୍ମ ଜନିତ ସମସ୍ୟା ଅଧିକାଂଶ ସୃଷ୍ଟି ହୋଇନଥାଏ। ତରଭୂଜ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର କରିଥାଏ। ଏହା କେଶ ବୃଦ୍ଧି, ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରେ ୯୦ ଭାଗ ଜଳ ଥିବାରୁ ଖରାଦିନେ ଏହାକୁ ଖାଇବା ଖୁବ ଲାଭଦାୟକ। ନିୟମିତ ଖାଇବା ଦ୍ୱାରା ମୁହଁର ରଙ୍ଗ ମଧ୍ୟ ଗୋରା ହୋଇଥାଏ। ବଦହଜମି, କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।

courtesy : youtube.com

ଗାଜର –
ଏହାକୁ ଖାଇବା ଦ୍ୱାରା ପେଟ ସଫା ହେବା ସହ ରକ୍ତକୁ ପରିଷ୍କାର ହୋଇଥାଏ। ରକ୍ତ ପରିଷ୍କାର ରହିବା କାରଣରୁ ମୁହଁରେ କୌଣସି ପ୍ରକାରର ଦାଗ ସୃଷ୍ଟି ହୋଇନଥାଏ। ଗାଜରରେ ଭିଟାମିନ ଏ ଓ ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ଥାଏ। ଭିଟାମିନ ଏ ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories