www.samajalive.in
Thursday, December 11, 2025
18.1 C
Bhubaneswar

ଏସ୍‍.ୟୁ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋଷ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତୀୟ ବିମାନ ବାହିନୀ ଏସ୍‍.ୟୁ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋଷ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି, ଏହି ପରୀକ୍ଷଣ ସପଳତାର ସହ କରାଯାଇଛି ଏବଂ ସ୍ଥଳଭାଗରେ ଲକ୍ଷ୍ୟ ଭେଦ କରିବା ପୂର୍ବରୁ ଏହା ତାର ଇପ୍‍ସିତ ଲକ୍ଷ୍ୟ ଭେଦ କରିଥିଲା ।

ଅଢେଇ ଟନ୍‍ ଓଜନର ସୁପର ସୋନିକ୍‍ ବ୍ରହ୍ମୋଷ କ୍ଷେପଣାସ୍ତ୍ର ଆକାଶମାର୍ଗରୁ ସ୍ଥଳଭାଗକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି। ୨୦୧୭ ନଭେମ୍ବର ମାସରେ ସମୁଦ୍ରରୁ ପ୍ରଥମେ ଏହାକୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଇଥିଲା ଏବଂ ସ୍ଥଳ ଭାଗରେ ଆକ୍ରମଣ କ୍ଷମତା ଥିବା ଦେଶମାନଙ୍କ ଭିତରେ ଭାରତୀୟ ବିମାନ ବାହିନୀ ପ୍ରଥମ ସ୍ଥାନ ହାସଲ କରିଥିଲା। ଏହି କ୍ଷେପଣାସ୍ତ୍ର ଦିନରାତି ଏବଂ ଯେକୌଣସି ପାଗରେ ସଠିକ୍‍ ଲକ୍ଷ୍ୟ ଭେଦ କରି ପାରିବ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories