www.samajalive.in
Tuesday, December 9, 2025
15.1 C
Bhubaneswar

ନବଜାତ ଶିଶୁ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର : ବଲାଙ୍ଗୀର ସହର ପେଲେସଲାଇନ ଠାରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ପଡିଆରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର କରି ସହରର ଜଣେ ଦମ୍ପତ୍ତି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଶିଶୁ ସୁରକ୍ଷା କମିଟି ଶିଶୁର ସ୍ୱାସ୍ଥ୍ୟବସ୍ଥା ବୁଝିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ରବିବାର ଭୋରରୁ ବଲାଙ୍ଗୀରର ନରୋତ୍ତମକ ସାହୁ ଓ ତାଙ୍କ ସ୍ତ୍ରୀ ସୁଭାଷିନୀ ସାହୁ ପ୍ରାତଃଭ୍ରମଣରେ ଯିବା ସମୟରେ ପେଲେସଲାଇନ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଲାଗିରହିଥିବା ପଡିଆରେ ଏକ ଶିଶୁର କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ। ଏହା ଶୁଣି ଉଭୟ ଉକ୍ତ ସ୍ଥାନକୁ ଯିବା ପରେ ସେଠାରେ ଏକ ନବଜାତ ଶିଶୁ ପଡିରହିଥିବା ଦେଖିବାକୁ ପାଇଥିଲେ। ତେବେ ଶିଶୁଟି ସଦ୍ୟ ଜନ୍ମିତ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଭୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଇଥିଲେ। ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି। ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତା ମାନେ ଡାକ୍ତରଖାନାରେ ପହଞ୍ଚି ଶିଶୁର ସ୍ୱାସ୍ଥ୍ୟବସ୍ଥା ବୁଝିଥିବା ଜଣାପଡିଛି। ତେବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ୨୪ ଘଣ୍ଟା ଡାକ୍ତରଖାନାରେ ରହିବ ଏବଂ  ୭୨ ଘଣ୍ଟା ପରେ ଏହି ଶିଶୁ ପାଇଁ ନୋଟିସ କରାଯିବ। ଯଦି କେହି ଶିଶୁକୁ ଗ୍ରହଣ ନକରନ୍ତି ତେବେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିସିପିୟୁର ଅରୁଣ ଖୁଆସ ସୂଚନା ଦେଇଛନ୍ତି। ତେବେ ଏହି ଶିଶୁଟି କୁମାରୀ ମାତୃତ୍ୱ କିମ୍ବା ଅବୈଧ ପ୍ରେମ ସମ୍ପର୍କ ଯୋଗୁ ଜନ୍ମ ନେଇଥାଇପାରେ ବୋଲି ସାଧାରଣରେ ସୂଚନା ମିଳିଛି। ଲୋକଲଜ୍ଜା ଭୟରେ କେହି ଏହି ଶିଶୁକୁ ଛାଡି ଚାଲିଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories