www.samajalive.in
Sunday, December 7, 2025
23.1 C
Bhubaneswar

ଭାରତୀୟ କ୍ରିକେଟର୍‌ଙ୍କୁ ମ୍ୟାନେଜମେଣ୍ଟର ପରାମର୍ଶ : ‘ବିଶ୍ବକପ୍‌ ପୂର୍ବରୁ ଯଥେଷ୍ଟ ବିଶ୍ରାମ ନିଅ’

ନୂଆଦିଲ୍ଲୀ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ ନିମନ୍ତେ ହାତଗଣତି ଦିନ ରହିଥିବା ବେଳେ ଏଥିରେ ଭାଗ ନେବାକୁ ଯାଉଥିବା ଭାରତୀୟ ଦଳର କ୍ରିକେଟର୍‌ମାନେ ଅଭିନବ ଉପାୟରେ ପ୍ରସ୍ତୁତି ଚଳାଇଛନ୍ତି। ବିଶ୍ବକପ୍‌ ପୂର୍ବରୁ ଅଭ୍ୟାସ ନ କରି ପରିବାର ସହ ସମୟ ଅତିବାହିତ କରି ଯଥେଷ୍ଟ ବିଶ୍ରାମ ନେବାକୁ ଭାରତୀୟ କ୍ରିକେଟର୍‌ଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।
ବିଶ୍ବକପ୍‌ ନିମନ୍ତେ ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଭାରତୀୟ କ୍ରିକେଟର୍‌ ଆସନ୍ତା ୨୧ରେ ମୁମ୍ବଇରେ ଏକତ୍ରିତ ହେବେ। ଏହାପରେ ସେମାନେ ୨୨ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ବିଶ୍ବକପ୍‌ ପୂର୍ବରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଯାଇଥିବାରୁ ଭାରତୀୟ କ୍ରିକେଟର୍‌ମାନେ ବର୍ତ୍ତମାନ ଅଭ୍ୟାସ ନ କରି ଯଥେଷ୍ଟ ବିଶ୍ରାମ ନେବାକୁ କୁହାଯାଇଥିବା ଦଳୀୟ ମ୍ୟାନେଜମେଣ୍ଟ ତରଫରୁ ପରାମର୍ଶ ଦିଆଯାଇଛି। ଭାରତୀୟ କ୍ରିକେଟର୍‌ ରୋହିତ ଶର୍ମା ବର୍ତ୍ତମାନ ନିଜ ପରିବାର ସହ ମାଳଦ୍ବୀପରେ ଛୁଟି କଟାଉଥିବା ବେଳେ ୟୁଜବେନ୍ଦ୍ର ଚହଲ୍‌ ଗୋଆ ଓ ଅଧିନାୟକ ବିରାଟ କୋହଲି ପ୍ରେଗ୍‌ରେ ସମୟ ଅତିବାହିତ କରୁଛନ୍ତି। ଛୁଟି କଟାଉଥିବା ସମସ୍ତ କ୍ରିକେଟର୍‌ ଆସନ୍ତା ୧୯ ତାରିଖ ସୁଦ୍ଧା ନିଜ ସହରକୁ ଫେରିବେ ବୋଲି ଆଶା କରାଯାଉଛି।
ଏ ସଂପର୍କରେ ମତ ଦେଇ ଦଳୀୟ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ କହିଛନ୍ତି ବିଶ୍ବକପ୍‌ ପୂର୍ବରୁ କ୍ରିକେଟର୍‌ଙ୍କୁ ଯଥେଷ୍ଟ ବିଶ୍ରାମ ଦିଆଯିବାର ଆବଶ୍ୟକତା ରହିଥିବା ସପୋର୍ଟ ଷ୍ଟାଫ୍‌ମାନେ ପରାମର୍ଶ ଦେଇଥିଲେ। ବିଶ୍ବକପ୍‌ ପୂର୍ବରୁ ଅଳ୍ପଦିନ ପାଇଁ ଭାରତୀୟ କ୍ରିକେଟର୍‌ଙ୍କ ନିମନ୍ତେ ଏକ ଛୋଟକାଟିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ବିସିସିଆଇ ଚାହୁଁଥିଲା। ତେବେ କିଛିଦିନ ତଳେ ଆଇପିଏଲ୍‌ ଖେଳିଥିବାରୁ କ୍ରିକେଟର୍‌ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାର କୌଣସି ଅର୍ଥ ନାହିଁ ବୋଲି ସପୋର୍ଟ ଷ୍ଟାଫ୍‌ମାନେ ମତ ଦେଇଥିଲେ। ବିଶ୍ବକପ୍‌ ପୂର୍ବରୁ କ୍ରିକେଟର୍‌ଙ୍କୁ ଯଥେଷ୍ଟ ବିଶ୍ରାମ ଦିଆଗଲେ ସେମାନେ ନୂତନ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇ ନିଜ ​‌େ​‌ଶ୍ରଷ୍ଠ ପ୍ରଦର୍ଶନ କରିପାରିବେ ବୋଲି ମତପ୍ରକାଶ ପାଇଥିଲା।
ବିଶ୍ବକପ୍‌ରେ ଭାଗ ନେବାକୁ ଯାଉଥିବା ଅନ୍ୟ ଦଳମାନେ ଅଭ୍ୟାସ ଜାରି ରଖିଛନ୍ତି। ଇଂଲଣ୍ଡ ଓ ପାକିସ୍ତାନ ଦ୍ବିପାକ୍ଷିକ ସିରିଜ୍‌ ଖେଳୁଥିବା ବେଳେ ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ଆୟରଲାଣ୍ଡ ମଧ୍ୟରେ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍‌ ଆୟୋଜିତ ହେଉଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଚଳିତମାସ ପ୍ରାରମ୍ଭରେ ଅଭ୍ୟାସ ମ୍ୟାଚ୍‌ ଖେଳିଥିବା ବେଳେ ଦକ୍ଷିଣ ଆଫ୍ରିକାର ପ୍ରଶିକ୍ଷଣ ଶିବିର ଚଳିତମାସ ପ୍ରାରମ୍ଭରୁ ଆରମ୍ଭ ​‌େ​‌ହାଇଯାଇଛି। ସେହିପରି ଆଫଗାନିସ୍ତାନ ଦଳ ଦକ୍ଷିଣ ଆଫ୍ରିକାରେ ଅଭ୍ୟାସ ଜାରି ରଖିଛି।
ବିଶ୍ବକପ୍‌ ପୂର୍ବରୁ ଆଇପିଏଲ୍‌ ଆୟୋଜିତ ହୋଇଥିବାରୁ ଭାରତୀୟ କ୍ରିକେଟର୍‌ଙ୍କ ୟୋ ୟୋ ପରୀକ୍ଷା ମଧ୍ୟ କରାଯାଇନଥିବା ଜଣାପଡ଼ିଛି। ଆଇପିଏଲ୍‌ ଶେଷ ହେବାର ୧୦ ଦିନ ପରେ ଭାରତୀୟ କ୍ରିକେଟର୍‌ଙ୍କ ଶାରୀରିକ ଦକ୍ଷତା ମାପିବାକୁ ୟୋ ୟୋ ପରୀକ୍ଷା କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିଲା। ସୂଚନାଥାଉକି ବିସିସିଆଇ ସହ ଚୁକ୍ତିବଦ୍ଧ କ୍ରିକେଟର୍‌ମାନଙ୍କୁ ଜିପିଏସ୍‌ ଲାଗିଥିବା ଏକ ଯନ୍ତ୍ର ଦିଆଯାଇଛି। ଯାହାଫଳରେ ସେମାନେ କେଉଁଠାରେ ଅଛନ୍ତି ତାହା ବିସିସିଆଇ ସହଜରେ ଜାଣିପାରିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories