www.samajalive.in
Sunday, December 7, 2025
13.1 C
Bhubaneswar

ଘରର ସମୃଦ୍ଧି ଚାହୁଁଛନ୍ତି କି?? ଲଗାନ୍ତୁ ଏହି ଗଛ ….

ଘର ଅଗଣା ହେଉ କିମ୍ବା ଘର ବାହାରେ ହେଉ ଅନେକ ଗଛ ଆମେ ଲଗାଇଥାଉ। ଘରର ସମୃଦ୍ଧି ପାଇଁ କେଉଁ ଗଛ ଲଗାଇବା ଆସନ୍ତୁ ଜାଣିବା।
ତୁଳସୀ ଗଛ: ଘରକୁ ଯେକୌଣସି ଅଜଣା ବ୍ୟକ୍ତି ଆସିଲେ ତାଙ୍କ ଦୃଷ୍ଟି ପ୍ରଥମେ ଯେପରି ତୁଳସୀ ଗଛ ଉପରେ ପଡ଼ିବା ଦରକାର। ଘରର ବାମପାଶ୍ୱର୍ରେ ତୁଳସୀ ଗଛ ଲଗାନ୍ତୁ। ଏପରି କଲେ କୌଣସି ଅଶୁଭ ଦୃଷ୍ଟି ସହଜରେ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ।
କଦଳୀ ଗଛ: ଘରର ସୀମା ନିକଟରେ କଦଳୀ ଗଛ ଥିଲେ ଛୁଆମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ତେଣୁ ସୀମା ନିକଟରେ କଦଳୀ ଗଛ ଲଗାନ୍ତୁ ନାହିଁ।
ନାଗଫେଣୀ ଗଛ: ଘରେ କୌଣସି କଣ୍ଟା ଜାତୀୟ ଗଛ ଯେପରି ନାଗଫେଣୀ ଗଛ ଘରେ ଲଗାଇବା ଦ୍ୱାରା ଘରେ ସ୍ତ୍ରୀ ଲୋକଙ୍କ ଦେହ ଖରାପ ରହିଥାଏ। ଏହାକୁ କେବେ ଘରର କୌଣସି ଜାଗାରେ ଲଗାନ୍ତୁ ନାହିଁ।
ଅନାର ଗଛ: ଅନାର ଗଛ ଲଗାଇଲେ ଋଣରୁ ମୁକ୍ତି ପାଇବା ସହ ଘରେ ସୁଖଶାନ୍ତି ବଜାୟ ରହିଥାଏ।
ଅପରାଜିତା ଗଛ: ନୀଳ ରଙ୍ଗର ଅପରାଜିତାକୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହି ଗଛକୁ ଘରେ ଲଗାଇଲେ ଲକ୍ଷ୍ମୀଙ୍କ ସୁଦୃଷ୍ଟି ଘରେ ପଡ଼ିଥାଏ। ଏହି ଗଛ ଘରେ ଲଗାଇଲେ କେବେ ବି ଧନର ଅଭାବ ରୁହେ ନାହିଁ।
ନଡ଼ିଆ ଗଛ: ନଡ଼ିଆ ଗଛ ଲଗାଇବା ଦ୍ୱାରା ଆପଣଙ୍କ ମାନସମ୍ମାନରେ ଉନ୍ନତି ହୋଇଥାଏ।
ହଳଦୀ ଗଛ: ହଳଦୀ ଗଛ ଲଗାଇଲେ ଘରେ କୁଦୃଷ୍ଟି ପଡ଼ି ନ ଥାଏ, ତେଣୁ ଘରେ ହଳଦୀ ଗଛ ନିଶ୍ଚୟ ଲଗାନ୍ତୁ।
ଅରଖ ଗଛ: ଅରଖ ଫୁଲରେ ପ୍ରଭୁ ଶ୍ରୀ ଗଣେଶ ବାସ କରନ୍ତି ବୋଲି କୁୁହାଯାଏ। ଏହି ଗଛ ଲଗାଇବା ଦ୍ୱାରା ଘରେ ପିଲାମାନଙ୍କର ବିଦ୍ୟାରେ ବୃଦ୍ଧି ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories