ଭୁବନେଶ୍ୱର : ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ଗାଡ଼ି ଜଳି ଯାଇଛି। ହେରିଟେଜ ବିଲଡ଼ିଂ ତଳେ ପାର୍କିଙ୍ଗ ହୋଇଥିବା ୨ଟି କାର ଓ ୫ଟି ବାଇକ ଜଳି ଯାଇଥିବା ଜଣାପଡ଼ିଛି। ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି ଦୁର୍ବୃତ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ ହେରିଟେଜ ବିଲଡ଼ିଂର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
Popular Categories



