www.samajalive.in
Monday, December 8, 2025
27.1 C
Bhubaneswar

ପୋଇ ଶାଗ ଚିଙ୍ଗୁଡି ଘାଣ୍ଟ

ଆବଶ୍ୟକ ସାମଗ୍ରୀ :

ଚିଙ୍ଗୁଡି ମାଛ

- Advertisement -

ପୋଇ ଶାଗ

କଖାରୁ

ଆଳୁ

ପିଆଜ, ରସୁଣ ଓ ଅଦା ପେଷ୍ଟ

ହଦଳୀ

ଜିରା ଗୁଣ୍ଡ

ପୋସ୍ତକ ବଟା

ଲଙ୍କା ଗୁଣ୍ଡ

ଗରମ ମସଲା

ସୋରିଷ ତେଲ

ଲୁଣ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଚିଙ୍ଗୁଡିରୁ ଚୋପା ଛଡାଇ ତାକୁ ଧୋଇ ଦିଅନ୍ତୁ। ତାପରେ ସେଥିରେ ହଳଦୀ ପକାନ୍ତୁ। ଏକ ପାତ୍ରରେ କଖାରୁ ଓ ଆଳୁ କାଟି ରଖନ୍ତୁ। ତାପରେ ଗ୍ୟାସରେ କଡେଇ ବସାଇ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ କଖାରୁ ଓ ଆଳୁ କାଟି ପକାଇ କିଛି ସମୟ ଭାଜନ୍ତୁ। ତାପରେ ଏକ ପାତ୍ରରେ ଏହାକୁ କାଢି ଦିଅନ୍ତୁ। ପୁଣି ସେଥିରେ ଚିଙ୍ଗୁଡି ଭାଜନ୍ତୁ। ଚିଙ୍ଗୁଡିକୁ ମଧ୍ୟ ଏକ ପାତ୍ରରେ କାଢି ରଖନ୍ତୁ। ସେହି ତେଲରେ ପିଆଜ, ରସୁଣ ଓ ଅଦା ପେଷ୍ଟ ପକାଇ କଷନ୍ତୁ। ତାପରେ ସେଥିରେ ହଳଦୀ, ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ପକାନ୍ତୁ। ମସଲା ଟିକେ କଷି ହୋଇଗଲା ପରେ ସେଥିରେ ପାଣି ଦେଇ ପୋଇ ଶାଗ, କଖାରୁ, ଆଳୁ ଭଜା ପକାନ୍ତୁ। ତାପରେ ଭଜା ଯାଇଥିବା ଚିଙ୍ଗୁଡି ପକାଇ କଷନ୍ତୁ। ଏଥିରେ ମଝିରେ ମଝିରେ ପାଣି ଦିଅନ୍ତୁ। ସେଥିରେ ଗରମ ମସଲା ପକାନ୍ତୁ। ତାପରେ ସ୍ବାଦ ଅନୁସାରେ​‌ ଲୁଣ ପକାଇ ୧୦ମିନିଟ ପର୍ଯ୍ୟନ୍ତ ଏହାକୁ ଘୋଡାଇ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ଢାଙ୍କୁଣି କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପୋଇ ଶାଗ ଚିଙ୍ଗୁଡି ଘାଣ୍ଟ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories