www.samajalive.in
Wednesday, December 10, 2025
18.1 C
Bhubaneswar

ଅଭିନନ୍ଦନଙ୍କ ବାହାଦୂରି ପରେ ବଦଳିଲା ପୂରା ୟୁନିଟର ପରିଚୟ

ନୂଆଦିଲ୍ଲୀ: ପାକିସ୍ତାନରେ ବାହାଦୂରି ଦେଖାଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସିକ କାର୍ଯ୍ୟକଳାପ ତାଙ୍କ ୟୁନିଟର ପରିଚୟକୁ ବଦଳାଇ ଦେଇଛି। ୫୧ତମ ସ୍କ୍ବାଡ୍ରନରେ ନିୟୋଜିତ ସମସ୍ତ ବାଇସନ୍‌ ବିମାନର ପାଇଲଟଙ୍କ ଜି-ସୁଟ୍‌(ୟୁନିଫର୍ମ) ଉପରେ ‘ଫାଲକନ ସ୍ଲେୟର’ ବ୍ୟାଜ୍‌ ଲଗାଯାଇଛି। ଏହି ୟୁନିଟ୍‌କୁ ଏବେ ‘ଫାଲକନ୍‌ ସ୍ଲେୟର୍ସ’ ନାମରେ ନାମିତ କରାଯାଇଛି, ଯାହାର ନାମ ପୂର୍ବରୁ ‘ସ୍ବାର୍ଡ ଆର୍ମ’ ରହିଥିଲା।

ଏହି ବ୍ୟାଜ୍‌ ଉପରେ ଫାଲକନ ସ୍ଲେୟର ଲେଖାଯାଇଛି। ଏହା ସହିତ ଏଥିରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଭାରତୀୟ ଯୁଦ୍ଧ ବିମାନ ଖସାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହାବ୍ୟତୀତ ଅଭିନନ୍ଦନଙ୍କ ୟୁନିଟ୍‌ ନିଜକୁ ‘ଆମରାମ ଡୋଜର’ ବୋଲି ଦର୍ଶାଇଛି। ଏହାର କାରଣ ହେଉଛି ମିଗ୍‌-୨୧ ବିମାନ ଚଳାଉଥିବା ଅଭିନନ୍ଦନଙ୍କ ଉପରକୁ ପାକିସ୍ତାନୀ ବିମାନ ଏଫ-୧୬ ୪/୫ଟି ଆମରାମ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ମାତ୍ର ମିଗ-୨୧ ଏସବୁକୁ ସଫଳତାର ସହ ମୁକାବିଲା କରିଥିଲା।

- Advertisement -

ସୁଚନାଯୋଗ୍ୟ, ବାଲାକୋଟରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ପାକିସ୍ତାନ ଗତ ଫେବୃୟାରୀ ୨୭ ସକାଳେ ଏଫ-୧୬ ଫାଲକନ, ଜେଫ-୧୭ ଏବଂ ମିରାଜ ଯୁଦ୍ଧ ବିମାନ ଜରିଆରେ ଭାରତର ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହାକୁ ଭାରତୀୟ ବାୟୁସେନାର ସୁଖୋଇ, ବାଇସନ ଏବଂ ମିରାଜ ଯୁଦ୍ଧ ବିମାନ ବିଫଳ କରିଦେଇଥିଲେ। ଏହି ଅବସରରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। କିନ୍ତୁ ସେ ନିଜେ ପାକିସ୍ତାନ ସୀମାରେ ଖସିପଡ଼ିଥିଲେ ଏବଂ ତାଙ୍କ ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିନେଇଥିଲା। କିନ୍ତୁ ଭାରତର ଚାପ ପରେ ତାଙ୍କୁ ଛାଡ଼ିଦେଇଥିଲା।

ବର୍ତ୍ତମାନ ଅଭିନନ୍ଦନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଅଭିନନ୍ଦନ ସହଯୋଗୀ ଅଧିକାରୀଙ୍କ ସହିତ ମସ୍ତି କରୁଥିବା ଦେଖିବାକୁ ମିଳିଛି। ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଏହା ତାଙ୍କର ପ୍ରଥମ ଭିଡିଓ ଥିଲା। ଦୁଇ ମିନିଟ୍‌ର ଏହି ଭିଡିଓରେ କମାଣ୍ଡର ଅଭିନନ୍ଦନଙ୍କୁ ତାଙ୍କ ସାଥୀମାନେ ଘେରି ରହି ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଜାମ୍ମୁ-କାଶ୍ମୀରର ବୋଲି ଏକ ଖବର ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories