www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍ତର କୋରିଆ ମାଲବାହୀ ଜାହାଜ ଜବତ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଉତ୍ତର କୋରିଆର ଏକ ମାଲବାହୀ ଜାହାଜକୁ ଜବତ କରିଛି। ଆମେରିକା ଅଭିଯୋଗ କରିଛି ଯେ ସେହି ଜାହାଜ ଆନ୍ତର୍ଜାତିକ କଟକଣା ଉଲ୍ଲଙ୍ଘନ କରିଛି। ଆମେରିକାର ନ୍ୟାୟିକ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର କୋରିଆ ବୃହତ କୋଇଲା ରପ୍ତାନୀକାରୀ ଦେଶ ହୋଇଥିବା ବେଳେ ସେଠାରୁ କୋଇଲା ରପ୍ତାନି ଉପରେ ପୂର୍ବରୁ କଟକଣା ରହିଛି। ଆମେରିକା ଜବତ କରିଥିବା ‘ଦ ଏମ/ଭି ୱାଇଜ ଅନେଷ୍ଟ’ ଜାହାଜରେ କୋଇଲା ଯାଉଥିବା ଜଣାପଡିଛି। ୨୦୧୮ ଏପ୍ରିଲରେ ସେହି ଜାହାଜକୁ ଇଣ୍ଡୋନେସିଆରେ ମଧ୍ୟ ଜବତ କରାଯାଇଥିଲା।

ତେବେ ଏହା ପ୍ରଥମ ଥର ଯେତେବେଳେ ଆମେରିକା କଟକଣା ଲଙ୍ଘନ କରି ଉତ୍ତର କୋରିଆ ଜାହାଜ ଜବତ କରିଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହେବ ସହ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୦୧୯ ଫେବୃଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ଉତ୍ତର କୋରିଆର ଶାସକ କିମଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ବିଫଳ ହେବା ପରେ ଗତ ପାଞ୍ଚ ଦିନ ଭିତରେ ଉତ୍ତର କୋରିଆ ଦୁଇ ଥର ମିସାଇଲ ପରୀକ୍ଷା କରିଛି। ଏହା ଦ୍ୱାରା ଉତ୍ତର କୋରିଆ ଆମେରିକା ଉପରେ ଚାପ ପ୍ରୟୋଗ କରୁଥିବା ଅନୁମାନ କରାଯାଉଛି। ଆମେରିକାର ଆଟର୍ଣ୍ଣି ଜିଓଫ୍ରି ଏସ ବର୍ମନ କହିଛନ୍ତି ଯେ ଉତ୍ତର କୋରିଆ ଯୋଜନା ସମ୍ପର୍କରେ ଜଣାପଡ଼ିଯାଇଛି ଓ ଉତ୍ତର କୋରିଆ ବହୁଳ ମାତ୍ରାରେ କୋଇଲା ବିଦେଶୀ ବଜାରକୁ ପଠାଉଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories