www.samajalive.in
Monday, December 8, 2025
27.1 C
Bhubaneswar

ମାଟି ଅତଡା ଖସି ମହିଳା ମୃତ, ଅଳ୍ପକେ ବର୍ତ୍ତିଲେ ଯୁବକ

ନବରଙ୍ଗପୁର : ଚୁନମାଟି ଖାଦାନରୁ ମାଟି ଖୋଳୁଥିବା ସମୟରେ ମାଟି ଅତଡା ଖସି ଯିବାରୁ ଜଣେ ମହିଳା ପୋତି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକକୁ ଉଦ୍ଧାର କରାଯାଇଛି। ନବରଙ୍ଗପୁର ବ୍ଲକ ସାନମସିଗାଁ ପଞ୍ଚାୟତ ଅନ୍ତର୍ଗତ ଦାନାଗୁଡା ଗାଁର ନିଳା ଭତରା(୪୫), ଶରତ ଭତରା (୧୭) , ପ୍ରତିମା ଭତରା, ଚିତା ଭତରା, କ୍ଷମା ଭତରା ଓ କମଳା ଭତରା ୬ ଜଣ ଧଳାଚୁନ ମାଟି ନେବାପାଇଁ ଭତରାସିଉନୀ ପଞ୍ଚାୟତର ଭିମାଗୁଡା ନିକଟ ଟୁରୀ ନଦୀ କୂଳକୁ ଯାଇ ମାଟି ଖୋଳୁଥିଲେ। ନିଳା ଓ ଶରତ ମାଟି ଖାଦାନ ଭିତରେ ରହି ମାଟି କାଡୁଥିବା ବେଳେ ଉପର ଅତଡା ହଠାତ ଖସିଯାଇଥିଲା। ଭିତରେ ନିଳା ଓ ଶରତ ଚାପି ହୋଇ ରହିଯାଇଥିଲେ। ବାହାରେ ରହିଥିବା ୪ ଜଣ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ପରେ ମଧ୍ୟ ପାରିନଥିଲେ। ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଳାର ଶବ ଉଦ୍ଧାର କରିବା ସହ ଶରତକୁ ମାଟି ତଳୁ କାଡିଥିଲେ। ଶତର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଛି। ନିଳାର ଶବକୁ ଅଗ୍ନିଶମ ଗାଡିରେ ନବରଙ୍ଗପୁର ଜିଲା ମୁଖ୍ୟଡାକ୍ତରଖାନାକୁ ଅଣାଯାଇଛି। ଶବ ବ୍ୟବଛେଦ ଶୁକ୍ରବାର କରାଯିବା ପରେ ପରିବାରଲୋକଙ୍କୁ ହସ୍ତାନତର କରାଯିବ। ତେବେ ମାଟି ବିକ୍ରି କରି ନିଜର ଜୀବିକା ଉପାର୍ଜନ କରୁଥିବା ଏହି ଗରୀବ ପରିବାର ପ୍ରତି ଜିଲା ପ୍ରଶାସନ ତଥା ରାଜ୍ୟ ସରକାର କ୍ଷତି ପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories