www.samajalive.in
Tuesday, December 9, 2025
16.1 C
Bhubaneswar

‘ଫନି’ର ପ୍ରଭାବରେ ୪ଜଣଙ୍କ ମୃତ୍ୟୁ ସୂଚନା

ଭୁବନେଶ୍ୱର : ସାମୁଦ୍ରିକ ‘ଫନି’ର କରାଳ ରୂପ ଆଗରେ ହାର ମାନିଛି ମାନବଜୀବନ। ମିଳିଥିବା ସୂଚନା ଅନୁସାରେ ଫନିର ପ୍ରଭାବରେ ଶୁକ୍ରବାର ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁରୀ ସହରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡା ଜିଲାର ଜଣେ ଓ ସାକ୍ଷୀଗୋପାଳରେ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ଗୁପ୍ତି ପଞ୍ଚାୟତ ଗରତକରିଆ ଗ୍ରମର ଅଶ୍ୱିନୀ ବୈଦ୍ୟଙ୍କ ପତ୍ନୀ ଉଷା ବୈଦ୍ୟ(୭୦)ଙ୍କ ମୃତ୍ୟୁ ହୋଇଛି। ଉଷା ଶୁକ୍ରବାର ସକାଳ ୮ଟା ୩୦ରେ ନିଜ ପରିବାର ଲୋକଙ୍କ ସହ ଦେବେନ୍ଦ୍ର ନାରାୟଣପୁରସ୍ଥିତ ବିଦ୍ୟାଳୟ ଆଶ୍ରୟସ୍ଥଳକୁ ଯାଉଥିଲେ। ସେ ଯାଉଥିବା ସମୟରେ ଖସିପଡି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଜଣଙ୍କ ଉପରେ ଗଛ ପଡି ମୃତ୍ୟୁ ହୋଇଥିବା ବେଳେ, ଅନ୍ୟଜଣକ ଉପରେ ଅଜବେଷ୍ଟସ ପଡି ମୃତ୍ୟୁ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପଟେ ସାକ୍ଷୀଗୋପାଳରେ ୧୮ବର୍ଷ ଯୁବକଙ୍କ ଉପରେ ନଡିଆ ଗଛ ବାହୁଙ୍ଗା ପଡି ମୃତ୍ୟୁ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories