www.samajalive.in
Thursday, December 11, 2025
26.1 C
Bhubaneswar

ମୃତ ଯୁବକକୁ ବଞ୍ଚାଇବା ପାଇଁ ଗୁଣିଆ ଡ଼ାକିଲେ ପରିବାର ଲୋକ

ବଲାଙ୍ଗୀର : ଡାକ୍ତର ମୃତ ଘୋଷଣା କରିସାରିଥିବା ଜଣେ ଯୁବକକୁ ବଞ୍ଚାଇବାପାଇଁ ପରିବାର ଲୋକ ଗୁଣିଆ ଡ଼ାକିଥିବା ଜଣାପଡ଼ିଛି। ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣେ ଯୁବକକୁ ଡ଼ାକ୍ତର ମୃତ ଘୋଷଣା କଲାପରେ ମଧ୍ୟ ପରିବାର ଲୋକ ଯୁବକକୁ ଜୀବିତ କରାଇବା ଆଶାରେ ଗୁଣିଆ ଡ଼ାକିଥିଲେ। ଗୁଣିଆ ବିଳମ୍ବରେ ପହଞ୍ଚି ଝଡାଫୁଙ୍ଖା କରିଥିଲା ମଧ୍ୟ ମୃତକକୁ ଜୀବିତ କରିପାରିନଥିଲେ।
ସୂଚନା ମୁତାବକ, ବଲାଙ୍ଗୀର ଜିଲା ବାନ୍ଧନଘୋର ଠାରେ ଚାଲିଥିବା ମେଳାରେ ମୀନାବଜାର ପଡିଥିଲା। ଏହି ମୀନାବଜାରରେ ଝାରମୁଣ୍ଡାର କିଛି ବ୍ୟବସାୟୀ ଦୋକାନ ଲଗାଇଥାନ୍ତି। ବୁଧବାର ବିଲମ୍ବିତ ରାତ୍ରିରେ ଉକ୍ତ ମୀନାବଜାରରେ ଦୋକାନ ଲଗାଇଥିବା ପ୍ରଫୁଲ୍ଲ ମେହେରଙ୍କୁ ବିଷାକ୍ତ ସାପ କାମୁଡିଦେଇଥିଲା। ସାପ କାମୁଡା ଦ୍ବାରା ସେ ଅସୁସ୍ଥ ହେବାପରେ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଝାରମୁଣ୍ଡାକୁ ନେଇ ଗୁଣିଆ ଡାକି ଝଡାଫୁଙ୍କା କରିଥିଲେ। ପରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ଅଣିଥିଲା। ଗୁରୁତର ଅବସ୍ଥାରେ ଭର୍ତ୍ତୀ କରାଯାଇଥିବା ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ସକାଳ ପ୍ରାୟ ୮.୪୫ମିନିଟରେ ଡାକ୍ତର ପ୍ରଫୁଲ୍ଲଙ୍କୁ ମୃତ ଘୋଷଣା କରିଥିବା ବେଳେ ପରିବାର ଲୋକ କିନ୍ତୁ ତାଙ୍କ ମୃତ୍ୟୁ ହୋଇନଥିବା ଦାବି କରିଥିଲେ। ଏହାକୁ ନେଇ ଡାକ୍ତର ଓ ପରିବାର ଲୋକଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା। ପରେ ପରିବାର ଲୋକ ଗୁଣିଆକୁ ଡକାଇଥିଲେ। ବରଗଡ଼ରୁ ଗୁଣିଆ ଆସିବା ପର୍ଯ୍ୟନ୍ତ ମୃତଦେହକୁ ନେବେ ନାହିଁ ବୋଲି ମଧ୍ୟ ପରିବାର ଲୋକ ସୂଚନା ଦେଇଥିଲେ। ଗୁଣିଆ ଅପେକ୍ଷାରେ ପ୍ରାୟ ୩ଘଣ୍ଟା ଧରି ମୃତଦେହ ଡାକ୍ତରଖାନା ମେଡିସିନ ୱାର୍ଡରେ ପଡ଼ି ରହିଥିଲା। ପୁଲିସ ହସ୍ତକ୍ଷେପ ପରେ ମୃତଦେହକୁ ପରିବାର ଲୋକ ବ୍ୟବଚ୍ଚେଦ ଗୃହକୁ ନେଇଥିଲେ। କିଛି ଘଣ୍ଟା ପରେ ବ୍ୟବଚ୍ଚେଦ ଗୃହରେ ପ୍ରବେଶ କରିଥିଲା ବରଗଡ଼ରୁ ଆସିଥିବା ଗୁଣିଆ। ପରିବାରଲୋକଙ୍କ ସହ ଆଲୋଚନା କରିବା ପରେ ବ୍ୟବଚ୍ଚେଦ ଗୃହ ଖୋଲିବା ପାଇଁ ମଧ୍ୟ ଦାବି କରିଥିଲା। ପୁଲିସ ଉପସ୍ଥିତ ରହିବା ସତ୍ତ୍ବେ ସେମାନଙ୍କୁ ବାରଣ କରିନଥିବା ଦେଖିବାକୁ ମିଲିଥିଲା। ଗୁଣିଆ ଜଣକ ବ୍ୟବଚ୍ଚେଦ ଗୃହରେ ପ୍ରବେଶ କରି ମରଶରୀରକୁ ଦେଖିଲା ପରେ ସେ ମୃତ ଥିବା କହିବା ପରେ ଶବ ବ୍ୟବଚ୍ଚେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଅଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଗୁଣିଆ ମୃତକକୁ ଜୀବିତ କରିଦିଏ ବୋଲି ଲୋକଙ୍କ ଧାରଣା ରହିଛି।
ସୂଚନା ଯୋଗ୍ୟ ଯେ, ମୃତ ଯୁବକ ପ୍ରଫୁଲ୍ଲ ମେହେର ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଦିଗଶୀରା ଗାଁର। ସେ ବ୍ୟବସାୟ କରିବା ପାଇଁ ଝାରମୁଣ୍ଡାରେ ଥିବା ତାଙ୍କ ମାମୁଁ ଅଭିମନ୍ୟୁ ମେହେରଙ୍କ ଘରେ ରହୁଥିବା ଜଣାପଡିଛି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories