www.samajalive.in
Sunday, December 7, 2025
13.1 C
Bhubaneswar

‘ଫନି’ ପାଇଁ କଟକର ୧୪ଟି ବ୍ଲକରେ ଖୋଲାଗଲା କଣ୍ଟ୍ରୋଲ୍‌ ରୁମ୍‌ ଓ ବିଏମ୍‌ସି ଜାରି କଲା ୨୪ ଘଣ୍ଟିଆ ହେଲପ୍‌ଲାଇନ୍ ନମ୍ବର

ଭୁବନେଶ୍ବର/କଟକ : ସାମୁଦ୍ରିକ ଝଡ ‘ଫନି’ର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧନ ଜୀବନ ସୁରକ୍ଷିତ ରଖିବା ପାଇଁ କଟକ ଜିଲାର ୧୪ଟି ବ୍ଲକରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ସେହି କଣ୍ଟ୍ରୋଲ୍‌ ରୁମ୍‌ ଗୁଡିକରେ ଆବଶ୍ୟକ ପଲିଥିନ ଠାରୁ ଆରମ୍ଭ କରି ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଗାଁ ଗାଁ ବୁଲି ପ୍ରଚାର କରାଯାଉଛି। କଟକ ମହାନଗର ନିଗମ ଏବଂ ବିଭିନ୍ନ ବ୍ଲକ ଅଞ୍ଚଳରୁ ଅପରାହ୍ନ ୧ଟା ସୁଦ୍ଧା ପ୍ରାୟ ୮୦ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସେହିପରି ‘ଫନି’ ସମ୍ବନ୍ଧୀୟ ସୂଚନା ପାଇଁ ବିଏମ୍‌ସି ପକ୍ଷରୁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଉଛି – ୦୬୮୦୨୨୫୦୨୯୦

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories