www.samajalive.in
Sunday, December 7, 2025
15.1 C
Bhubaneswar

‘ଫନି’ ପାଇଁ ପ୍ରସ୍ତୁତ ଅଛନ୍ତି ଏନଡିଆରଏଫର ୨୮ଟି ଟିମ୍

ଭୁବନେଶ୍ବର : ସାମୁଦ୍ରିକ ଝଡ ‘ଫନି’ ଓଡିଶା ମୁହାଁ ହେବାରେ ଲାଗିଛି। ଏହା ଧିରେ ଧିରେ ତାଣ୍ଡବ ରୂପ ଧାରଣ କରୁଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ତେବେ ‘ଫନି’ ପୁରୀ ଠାରୁ ୪୩୦ କିମି ଦୂରରେ ରହିଛି। ଏହାର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ତେବେ ଗୁରୁବାର ପ୍ରାୟ ୧୧ଟା ୩୦ମିନିଟ୍‌ ସୁଦ୍ଧା ୧୧ଟି ଜିଲାର ୨୫,୪୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୋଟ ପ୍ରାୟ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। ଫନି ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲାର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ବିଭିନ୍ନ ଜିଲାରେ ୩୦୦୧ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କହିଛି।। ବିଶେଷ କରି ମହିଳା, ବୃଦ୍ଧା, ଦିବ୍ୟାଙ୍ଗ ଓ ଶିଶୁଙ୍କ ଉପରେ ନଜର ରଖାଯାଇଛି। ଗଜପତିରେ ସବୁଠାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୫ ଲକ୍ଷ ୯୭ ହଜାର ପଲିଥିନ ମହଜୁଦ ରହିଛି। ବାତ୍ୟା ପ୍ରଭାବି ଲୋକଙ୍କ ପାଇଁ ୧ ଲକ୍ଷ ଫୁଡ୍‌ ପ୍ୟାକେଟ ପ୍ରସ୍ତୁତ ହେଉଛି। ଆବଶ୍ୟକ ପଡିଲେ ଲୋକଙ୍କ ପାଖକୁ ଏୟାରଡ୍ରପିଂ ଖାଦ୍ୟ ଯୋଗାଇ ଦିଆଯିବ। ‘ଫନି’ ପାଇଁ ଏନଡିଆରଏଫର ୨୮ଟି ଟିମ୍ ପ୍ରସ୍ତୁତ ରହିଛନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories