www.samajalive.in
Monday, December 8, 2025
14.1 C
Bhubaneswar

ପାକିସ୍ତାନର ସାମର୍ଥ୍ୟ ପରୀକ୍ଷା ନ କରୁ ଭାରତ: ପାକ୍‌ ସେନା

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ଉପରେ ପୁଣି ଯୁକ୍ତି ବାଢ଼ିଛି ପାକ୍‌ ସେନା। ଭାରତର ଆକ୍ରମଣରେ କାହାର ମୃତ୍ୟୁ ଘଟିନି କି କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ପାକ୍‌ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଦାବି କରିଛନ୍ତି। ରାୱଲପିଣ୍ଡିରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଫୁର ଏହା କହିବା ସହ ଇସଲାମାବାଦର ଯେଉଁ ସଙ୍କଳ୍ପ ବା ସାମର୍ଥ୍ୟ ରହିଛି ତାହାର ପରୀକ୍ଷା ନ କରିବାକୁ ସେ ନୂଆଦିଲ୍ଲୀକୁ ଚେତାବନୀ ଦେଇଛନ୍ତି। ଗଫୁର କହିଛନ୍ତି, ଭାରତ ଇସଲାମାବାଦର ସାମର୍ଥ୍ୟ ପରୀକ୍ଷା କରିବା ଉଚିତ ନୁହେଁ। ୧୯୭୧ ଯୁଦ୍ଧ ପରଠାରୁ ସ୍ଥିତି ବଦଳିଯାଇଛି। ଏହା ୧୯୭୧ ନୁହେଁ। ବର୍ତ୍ତମାନ ପାକିସ୍ତାନର ସେହି ସେନାବାହିନୀ ନାହିଁ କି ସେଭଳି ପରିସ୍ଥିତି ମଧ୍ୟ ଆଜି ନାହିଁ। ଭାରତୀୟ ସାମ୍ବାଦିକମାନଙ୍କୁ ବାଲାକୋଟ ନେଇ ସତ୍ୟତା ଦେଖାଇବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଗଫୁର କହିଛନ୍ତି।

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ପିଓକେର ଖାଇବର ପୁଖତୁନଖୱା ଅନ୍ତର୍ଗତ ବାଲାକୋଟରେ ଥିବା ଜୈଶ ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇ ସେଗୁଡ଼ିକୁ ଧ୍ଵଂସ କରାଯାଇଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ମାତ୍ର ଏହା ମିଥ୍ୟା ବୋଲି ଗଫୁର କହିଛନ୍ତି। ସେ କହିଛନ୍ତି, ଗତ ୨ମାସ ହେଲାଣି ଭାରତ ବାରମ୍ବାର ମିଛ କହୁଛି। ତେଣୁ ସେମାନେ ଏହାର କୌଣସି ଉତ୍ତର ଦେଉନାହାନ୍ତି। ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର କୌଣସି ସମ୍ପର୍କ ନାହିଁ। ଏ ନେଇ ଆଲୋଚନା କରିବା ସହ ତଥ୍ୟ ଭିତ୍ତିକ ତଦନ୍ତ କରିବା ଲାଗି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ଏହା ସହ ଫେବୃୟାରୀ ୨୭ରେ ଭାରତୀୟ ବାୟୁସେନାର ୨ଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇଥିବା ସେ ଦାବି କରିଥିଲେ। ଭାରତ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ଖସାଇଥିବା ନେଇ ଯାହା କହୁଛି ତାହାକୁ ମଧ୍ୟ ସେ ଖଣ୍ଡନ କରିଥିଲେ।

- Advertisement -

ତେବେ ଘଟଣାର ୨ମାସ ପରେ ଭାରତୀୟ ସାମ୍ବାଦିକମାନଙ୍କୁ ବାଲାକୋଟ ନେବା ପାଇଁ ପାକ୍‌ ପ୍ରସ୍ତୁତ ଥିବା ନେଇ ଗଫୁର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁ ପ୍ରମାଣ ନଷ୍ଟ କରି ପାକିସ୍ତାନ ଏଭଲି ଆହ୍ବାନ କରୁଥିବା ସ୍ପଷ୍ଟ ବୁଝାପଡୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories