www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରିୟଙ୍କାଙ୍କ ସହ ଥଟ୍ଟା କଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏକ ଭିଡିଓ ଭାଏରାଲ ହୋଇଛି। ଏଥିରେ ନିଜର ହେଲିକପ୍ଟରକୁ ନେଇ ଉଭୟ କଥାବର୍ତ୍ତା ହେଉଥିବା ବେଳେ ଭାଇ ଭଉଣୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଦେଖିବାକୁ ମିଳିଛି। ରାହୁଲ ପ୍ରିୟଙ୍କାଙ୍କୁ କହୁଛନ୍ତି, ପ୍ରିୟଙ୍କା କମ ଦୂର ଯାତ୍ରା କରୁଛନ୍ତି ତଥାପି ତାଙ୍କୁ ବଡ଼ ହେଲିକପ୍ଟର ଦିଆଯାଇଛି। ସେ ଭଲ ଭାଇ ହୋଇଥିବାରୁ ପ୍ରିୟଙ୍କାଙ୍କଠାରୁ ଛୋଟ ହେଲିକପ୍ଟରରେ ଉଡାଣ କରୁଛନ୍ତି। ପରେ ପ୍ରିୟଙ୍କା ହସି ହସି ରାହୁଲଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ଉତ୍ତରପ୍ରଦେଶର କାନପୁର ବିମାନ ବନ୍ଦରର। ରାହୁଲ ଓ ପ୍ରିୟଙ୍କା ନିର୍ବାଚନୀ ପ୍ରଚାରରେ ଯିବା ଲାଗି ସେଠାରେ ପହଞ୍ଚିଥିଲେ। ରାହୁଲ ଗୋଟିଏ ହେଲିକପ୍ଟରେ ରାୟବରେଲି ପାଇଁ ବାହାରି ଯାଇଥିବା ବେଳେ ପ୍ରିୟଙ୍କା ଅନ୍ୟଟିରେ ଉନ୍ନାଓକୁ ଯାଇଥିଲେ। ଏହା ପୂର୍ବରୁ ଉଭୟ ବିମାନ ବନ୍ଦର କର୍ମଚାରୀଙ୍କ ସହିତ ଫଟୋ ଉଠାଇଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories