www.samajalive.in
Thursday, December 11, 2025
27.1 C
Bhubaneswar

ତିନୋଟି ରିୟର କ୍ୟାମେରା ଓ ୫ହଜାର ଏମ୍ଏଚ୍ ବ୍ୟାଟେରୀ ସହ ‘ଭିଭୋ ୱାଇ-୧୭’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ତିନୋଟି ରିୟର କ୍ୟାମେରା ଓ ୫ହଜାର ଏମ୍ଏଚ୍ ବ୍ୟାଟେରୀ ସହ ଭିଭୋ ତାର ନୂଆ ସ୍ମାର୍ଟଫୋନ ‘ଭିଭୋ ୱାଇ-୧୭’ର ବଜାର ପ୍ରବେଶ କରିଛି। ଏହି ଫୋନରେ ସବୁଠାରୁ ଖାସ କଥା ହେଉଛି ଏଥିରେ ଆଇ ସପୋର୍ଟ ଦିଆଯାଇଛି। ଏହାବ୍ୟତୀତ ଫୋନରେ ୧୮ୱାଟର ସ୍ମାର୍ଟ ଚାର୍ଜର ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏହି ଫୋନର ମୂଲ୍ୟ ୧୭ହଜାର ୯୯୦ଟଙ୍କା।
‘ଭିଭୋ ୱାଇ-୧୭’ର ବିଶେଷତ୍ୱ
ଏହି ଫୋନରେ ଆଣ୍ଡ୍ରଏଡ ପାଇ ୯.୦ଉପରେ ଆଧାରିତ ଫନ୍‍ଟଚ୍‍ ଓଏସ୍‍ ୯ରହିଛି। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ୬.୩୫ଇଞ୍ଚର ଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୫୪୪ପିକ୍ସଲ। ଏଥିରେ ଡ଼ିସପ୍ଲେ ସହିତ ୱାଟର ଡ୍ରପ ନଞ୍ଚ ମିଳିବ। ଫୋନରେ ମିଡ଼ିଆଟେକର ହିଲିୟୋ ପି-୩୫ ଅକ୍ଟାକୋର ପ୍ରୋସେସର ମିଳିବ ଏବଂ ୪ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମିଳିବ।
ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରେ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ, ଦ୍ୱିତୀୟଟି ୮ମେଗାପିକ୍ସେଲ ଏବଂ ତୃତୀୟଟି ୨ମେଗାପିକ୍ସେଲର ରହିଛି। ରିୟର କ୍ୟାମେରା ସହିତ ଟାଇମ ଫ୍ଲାସ, ଏଚଡିଆର, ସୁପର ଓ୍‍ବାଇଣ୍ଡ ଆଙ୍ଗଲ ଏବଂ ଆଇ ବ୍ୟୁଟି ମୋଡ଼ ଭଳି ଏମିତି ଅନେକ ଫିଚର ମଳିବ। ଫୋନରେ ସଂଯୋଗ ପାଇଁ ଡୁଆଲ ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ ୫.୦, ମାଇକ୍ରୋ ୟୁଏସବି, ଜିପିଏସ୍‍ ବଂ ଏଫଏମ ରେଡ଼ିଓ ମିଳିବ। ଫୋନର ବ୍ୟାକ ପ୍ୟାନେଲରେ ଟିପଚିହ୍ନ ସେନସର ପାଇପାରିବେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories