ନୂଆଦିଲ୍ଲୀ : ଚଳିତ ଆଇପିଏଲ୍ର ୪ଟିଯାକ ପ୍ଲେଅଫ୍ ମ୍ୟାଚ୍ ଅଧଘଣ୍ଟା ପୂର୍ବରୁ ଆରମ୍ଭ କରିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି। ମଧ୍ୟରାତ୍ର ପର୍ଯ୍ୟନ୍ତ ମ୍ୟାଚ୍ ଜାରି ରହିବାକୁ ଏଡ଼ାଇବା ଲାଗି ଏହି ୪ଟି ମ୍ୟାଚ୍ ରାତି ୮ଟା ପରିବର୍ତ୍ତେ ୭.୩୦ରୁ ଆରମ୍ଭହେବ। ଫଳରେ ସନ୍ଧ୍ୟା ୭ଟାରେ ଟସ୍ ପଡ଼ିବ। ଏହି ୪ଟି ପ୍ଲେଅଫ୍ ମ୍ୟାଚ୍ ହେଉଛି ମେ’ ୭ରେ ପ୍ରଥମ କ୍ବାଲିଫାୟର (ଚେନ୍ନଇ), ମେ’ ୮ରେ ଏଲିମିନେଟର (ବିଶାଖାପାଟଣା), ମେ’ ୧୦ରେ ୨ୟ କ୍ବାଲିଫାୟର (ବିଶାଖାପାଟଣା) ଓ ମେ’ ୧୨ରେ ଫାଇନାଲ (ହାଇଦରାବାଦ)। ଏହାସହ ନିଷ୍ପତ୍ତି ନିଆଯାଇଛି ଯେ ୪ଟି ଦଳଙ୍କୁ ନେଇ ଖେଳାଯିବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ୍ର ସମସ୍ତ ମ୍ୟାଚ୍ ଜୟପୁରରେ ଖେଳାଯିବ।
Popular Categories


