ନୂଆଦିଲ୍ଲୀ: ଭାରତର ଅନେକ ସହର ଗତ ଶୁକ୍ରବାର ବିଶ୍ଵର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣତ ହୋଇଛି। ଇଆଇ ଡେରାଡୋ ପାଣିପାଗ ୱେବ୍ସାଇଟ୍ରେ ପ୍ରକାଶିତ ବିଶ୍ଵର ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭାରତର ୧୫ଟି ସହର ସ୍ଥାନ ପାଇଛି। ମଧ୍ୟପ୍ରଦେଶର ଖରଗୋନ ସହର ତାଲିକାର ଶୀର୍ଷରେ ରହିଛି। ଏଠାରେ ଶୁକ୍ରବାର ତାପମାତ୍ର ୪୬.୬ ଡିଗ୍ରୀ ସେଲ୍ସିୟର ରେକର୍ଡ କରାଯାଇଥିଲା। ସେହିପରି ମହାରାଷ୍ଟ୍ରର ଅକୋଲା ସହରର ତାପମାତ୍ରା ୪୬.୪ ଡିଗ୍ରୀ ରହିଥିଲା।
୧୫ଟି ସହର ମଧ୍ୟରୁ ମହାରାଷ୍ଟ୍ରର ୯ ସହର ଥିବା ବେଳେ ମଧ୍ୟପ୍ରଦେଶର ୩ଟି, ଉତ୍ତର ପ୍ରଦେଶର ୨ଟି ଏବଂ ତେଲେଙ୍କାନାର ଗୋଟିଏ ସହର ରହିଛି। ଆଗାମୀ ୫ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅତ୍ୟଧିକ ତାପମାତ୍ରା ରେକର୍ଡ ହୋଇଥିବା ଅନ୍ୟ ସହର ମଧ୍ୟରେ ବ୍ରହ୍ମପୁରି ୪୫.୮ ଡିଗ୍ରୀ, ୱାର୍ଦ୍ଧା ୪୫.୭, ଚନ୍ଦ୍ରପୁର ୪୫.୬ ଡିଗ୍ରୀ, ଅମରାବତୀ ୪୫.୪ ଡିଗ୍ରୀ, ନାଗପୁର ୪୫.୨, ୟଭାତମାଲ ୪୪.୫, ୱାସିମ ୪୪.୨, ଗଣ୍ଡିଆ ୪୩.୮, ଗଡ଼ଚିରୋଲି ୪୩.୨ ଏବଂ ବୁଲଧନରେ ୪୩.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।



