www.samajalive.in
Tuesday, December 9, 2025
16.1 C
Bhubaneswar

ପାକ୍‌ ମସ୍‌ଜିଦରେ ଅଂଶୁଘାତ; ୧୫ ମୃତ

କରୱର : ପାକିସ୍ତାନର ପ୍ରସିଦ୍ଧ ଲାଲ ଶାହାବାଜ କାଲାନ୍ଦର ମସ୍‌ଜିଦରେ ଅଂଶୁଘାତ କାରଣରୁ ୧୫ଜଣଙ୍କ ପ୍ରାଣହାନି ଘଟିଛି। ସିନ୍ଧୁପ୍ରଦେଶରେ ଅବସ୍ଥିତ ଏହି ମସ୍‌ଜିଦରେ ଶୁକ୍ରବାର ବାର୍ଷିକ ଉର୍ସ ଉତ୍ସବ ପାଳନ କରାଯାଉଥିବାବେଳେ ପ୍ରବଳ ଜନଗହଳି ହୋଇଥିଲା। ଗତ ୪ ଦିନ ଧରି ସିନ୍ଧୁପ୍ରଦେଶ ସହ ସମଗ୍ର ଦେଶରେ ଗ୍ରୀଷ୍ମପ୍ରବାହ ଲାଗିରହିଥିବାବେଳେ ଶୁକ୍ରବାର ସର୍ବାଧିକ ରୌଦ୍ରତାପ ଅନୁଭୂତ ହୋଇଥିଲା। ମସ୍‌ଜିଦରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା ହୋଇ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସେହୱାନ୍‌ ଅଞ୍ଚଳରେ ଥିବା ଇଧି କେନ୍ଦ୍ରର ମୁଖ୍ୟ ସରୱର ଶେଖ୍‌ଙ୍କ କହିବାନୁଯାୟୀ, ଅତ୍ୟଧିକ ଗରମ ଯୋଗୁଁ ଲୋକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା। ସୂଚନାଯୋଗ୍ୟ ଯେ ଏହି ମସ୍‌ଜିଦରେ ୨୦୧୭ ଫେବୃଆରୀରେ ଆଇଏସ୍‌ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୯୦ ଲୋକଙ୍କ ପ୍ରାଣହାନି ଘଟିଥିଲା ଓ ୩୦୦ ଆହତ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories