ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲଶ ତରଭା ଥାନା ଅନ୍ତର୍ଗତ ଅନ୍ତର୍ଦ୍ଦା ଗ୍ରାମରେ ମିଠା ଖାଇ ୧୦ରୁ ଉର୍ଦ୍ଧ୍ବ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଜିଲା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ୧୦ରୁ ଉର୍ଦ୍ଧ୍ବ ପିଲା ୮ଦିନ ତଳର ମିଠା ଖାଇଥିଲେ। ହଠାତ୍ ସେମାନଙ୍କର ଅସୁସ୍ଥ ଅନୁଭବ କରିଥିଲେ। ତେବେ ବାସୀ ମିଠା ଖାଇବାରୁ ସେମାନେ ଅସୁସ୍ଥ ହୋଇଥିବାର ଅନୁମାନ କରାଯାଉଛି।



