ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଗୁରୁବାର ୪ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରାର୍ଥୀଙ୍କ ନାମ ଅଶୋକ ନାୟକ। ଢେଙ୍କାନାଳ ଏସପି ଅନୁପମା ଜେମସଙ୍କ ସୂଚନା ଅନୁସାରେ, ମଙ୍ଗଳପୁର ନିକଟରୁ ଷ୍ଟାଟିକ୍ ସର୍ଭେଲାନ୍ସ ସ୍କ୍ୱାଡ଼୍ ପ୍ରାର୍ଥୀଙ୍କ ଗାଡ଼ିରୁ ଏହି ଟଙ୍କା ଜବତ କରିଛି। ଏନେଇ ଅଶୋକଙ୍କୁ ଟାଉନ୍ ଥାନାରେ ପଚରାଉଚରା କରାଯାଉଛି। ତେବେ ସେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିଲେ ବୋଲି ପୁଲିସକୁ କହିଛନ୍ତି।
Popular Categories



