www.samajalive.in
Tuesday, December 9, 2025
17.1 C
Bhubaneswar

ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କଲେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସର ଜାତୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ବୁଧବାର ନିଜ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ସହ ଦୁର୍ବ୍ୟବହାର କରିଥିବା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବାକୁ ସେ ବିରୋଧ କରିଛନ୍ତି। ଟ୍ୱିଟ୍‍ ଯୋଗେ ସେ ନିଜ ଅସନ୍ତୋଷ ପ୍ରକାଶ କରିବା ସହ ଦଳର ଏହି ନିଷ୍ପତ୍ତି ତାଙ୍କୁ ଅଧିକ କଷ୍ଟ ଦେଇଛି ବୋଲି ଲେଖିଛନ୍ତି।
ସେ ଟ୍ୱିଟ୍‍ କରିଛନ୍ତି ଯେ ରକ୍ତ ଏବଂ ଝାଳ ଦେଇଥିବା ଲୋକଙ୍କ ସ୍ଥାନରେ କେତେକ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉଥିବା ଦେଖି ଦୁଃଖ ଲାଗୁଛି। ପୂର୍ବରୁ ମୁଁ ଦଳକୁ ପିଙ୍ଗାଯାଉଥିବା ପଥର ଏବଂ କୁଶବ୍ଦର ମାଡ଼ ସହିଛି। ହେଲେ ଏବେ ଦଳ ଭିତରେ ମୋ ସହ ଦୁର୍ବ୍ୟବହାର କରିଥିବା ଲୋକଙ୍କୁ ବିନା କାର୍ଯ୍ୟାନୁଷ୍ଠାନରେ ଛାଡ଼ିଦିଆଯିବା ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ।
ସୂଚନା ଅନୁଯାୟୀ ରାଫେଲ ପ୍ରସଙ୍ଗକୁ ନେଇ ପ୍ରିୟଙ୍କା ମଥୁରାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଠାରେ ଦଳର କେତେକ କାର୍ଯ୍ୟକର୍ତ୍ତା ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଅଭିଯୋଗ ପରେ ଦଳ ଦୁର୍ବ୍ୟହାର କରିଥିବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରିଥିଲା। ପରେ ଅପ୍ରେଲ ୧୫ରେ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୁପାରିଶ କ୍ରମେ ନିଲମ୍ବିତ କର୍ମୀଙ୍କୁ ପୁନଃ ଦଳରେ ସାମିଲ କରାଯାଇଛି। ଏହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories