www.samajalive.in
Tuesday, December 9, 2025
17.1 C
Bhubaneswar

ପାଦ ଦୁର୍ଗନ୍ଧରୁ ମୁକ୍ତି ପାଇବାର ଉପାୟ

କିଛି ଲୋକଙ୍କ ପାଦରୁ ଅଧିକ ମାତ୍ରାରେ ଝାଳ ବାହାରିଥାଏ । ଏହା ଦୁର୍ଗନ୍ଧମୟ ହୋଇଥାଏ । ଏଥିପାଇଁ ସେମାନଙ୍କୁ ଲୋକଙ୍କ ସାମ୍ନାରେ ଅପଦସ୍ତ ବା ଲଜ୍ଜିତ ହେବାକୁ ପଡିଥାଏ ।

ଚର୍ମରେ ଥିବା ବ୍ୟାକ୍ଟେରିଆ ଝାଳ ସଂସ୍ପର୍ଶରେ ଆସିବା ଦ୍ବାରା ପାଦରୁ ଦୁର୍ଗନ୍ଧ ଆସିଥାଏ । ଗ୍ରୀଷ୍ମ ଓ ବର୍ଷା ଋତୁରେ ଅଧିକ ଝାଳ ନିର୍ଗତ ହେଉଥିବା କାରଣରୁ ଏହି ଋତୁମାନଙ୍କରେ ପାଦରୁ ଅଧିକ ମାତ୍ରାରେ ଦୁର୍ଗନ୍ଧ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର କିଛି ଉପାୟ…

- Advertisement -

ଅଦା ଓ ସିରକା: ପାଣିରେ ଅଳ୍ପ ସିରକା(ସୁରା) ମିଶାଇ ପାଦ ଧୁଅନ୍ତୁ । ନଚେତ୍ ଅଦା ରସକୁ ପାଦରେ ଘଷି ଉଷୁମ ପାଣିରେ ଧୋଇ ହୋଇ ପଡନ୍ତୁ । ଏପର କରିବା ଦ୍ବାରା ପାଦରୁ ଦୁର୍ଗନ୍ଧ ଦୂର ହେବ ।

ଲାଭେଣ୍ଡର ତେଲ: ସୁଗନ୍ଧଯୁକ୍ତ ଲାଭେଣ୍ଡର ତେଲ ବ୍ୟାକ୍ଟେରିଆ ନଷ୍ଟ କରିବାରେ ଫଳପ୍ରଦ ଅଟେ। ଏଥିରେ ଥିବା ଆଣ୍ଟି-ଫଙ୍ଗଲ ଗୁଣ ପାଦରୁ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ । ଉଷୁମ ଗରମ ପାଣିରେ କିଛି ବୁନ୍ଦା ଲାଭେଣ୍ଡର ତେଲ ପକାଇ ପାଦକୁ ବୁଡାଇ ରଖନ୍ତୁ ।  ଏପରି ଦିନକୁ ୨ ଥର କରନ୍ତୁ ।

ବେକିଙ୍ଗ୍ ସୋଡା: ସୋଡିୟମ୍ କାର୍ବୋନେଟକୁ ସାଧାରଣ ଶବ୍ଦରେ ବେକିଙ୍ଗ୍ ସୋଡା ବୋଲି କୁହାଯାଏ । ପାଦରୁ ଦୁର୍ଗନ୍ଧ ଦୂର କରିବାରେ ଏହା ବହୁତ ଲାଭଦାୟକ ଓ ସହଜ ଉପାୟ ଅଟେ । ଏହା ଝାଳର ପିଏଚ୍ ମାତ୍ରାକୁ କମ୍ କରିବା ସହ ବ୍ୟାକ୍ଟେରିଆକୁ ନିୟନ୍ତ୍ରିତ କରିଥାଏ । ଉଷୁମ ପାଣିରେ ବେକିଙ୍ଗ ସୋଡା ମିଶାଇ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଗୋଡ ବୁଡାଇ ରଖନ୍ତୁ । କିଛି ସପ୍ତାହ ଏପରି କରିବା ଦ୍ବାରା ଏହାର ସୁଫଳ ଆପଣ ନିଜେ ଜାଣି ପାରିବେ ।

ଫିଟକରୀ: ଏଥିରେ ଆଣ୍ଟି-ସେପ୍ଟିକ ଗୁଣ ରହିଥାଏ । ଯାହା ବ୍ୟାକ୍ଟେରିଆ ବୃଦ୍ଧି ହେବାକୁ ଦିଏନାହିଁ। ଏକ ଚାମଚ ଫିଟକରୀ ପାଉଡରକୁ ଗରମ ପାଣିରେ ପକାଇ ପାଦ ଧୁଅନ୍ତୁ । କିଛିଦିନ ମଧ୍ୟରେ ପାଦ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯିବ ।

ପାଦକୁ ସଫା ରଖନ୍ତୁ: ସବୁଠୁଁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପାଦକୁ ସର୍ବଦା ସଫା ରଖନ୍ତୁ । ଜୋତା ପିନ୍ଧିବା ପୂର୍ବରୁ ପ୍ରଥମେ ପାଦକୁ ସଫା କରିବା ଭୁଲନ୍ତୁ ନାହିଁ । କାରଣ ଅପରିଷ୍କାର ପାଦରେ ଜୋତା ପିନ୍ଧିଲେ ଅଧିକ ଦୁର୍ଗନ୍ଧ ଆସିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories