www.samajalive.in
Tuesday, December 9, 2025
16.1 C
Bhubaneswar

ଗୃହରେ ସୁଖଶାନ୍ତି ବଜାୟ ରଖେ ବଗିଚା

ବାସ୍ତୁଶାସ୍ତ୍ରର ଅନୁଯାୟୀ, ବୃକ୍ଷଲତା ଲଗାଇବାର କିଛି ନିୟମ ରହିଛି। ବୃକ୍ଷକୁ ସଠିକ ଭାବେ ନ ଲଗାଇବା ଦ୍ବାରା ତାହା ପରିବାର ସଦସ୍ୟଙ୍କ ଉପରେ କୁପ୍ରଭାବ ପକାଇଥାଏ। ଯାହାଦ୍ବାରା ଘରର ମୁଖ୍ୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା, ପରିବାର ସଦସ୍ୟଙ୍କ ମଧ୍ୟରେ ଶାରୀରିକ, ଆର୍ଥିକ ଓ ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ। ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା, ବୃକ୍ଷ ସମ୍ବନ୍ଧୀୟ କିଛି ବାସ୍ତୁ ଟିପ୍ସ ସମ୍ବନ୍ଧରେ ..

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ତୁଳସୀ, କଦଳୀ, ଚମ୍ପା, କେତକୀ ଓ ମଲ୍ଲୀ ଫୁଲର ଗଛ ଲଗାଇବା ଶୁଭପ୍ରଦ ଅଟେ। କଦଳୀ ଗଛକୁ ନିଜ ବଗିଚାର ଐଶାନ୍ୟ କୋଣରେ ଲଗାଇବା ଉଚିତ। ଏପରି କରିବା ଦ୍ବାରା ଧନଧାନ୍ୟ ବୃଦ୍ଧି ହୋଇଥାଏ।

- Advertisement -

ମାନ୍ୟତା ଅନୁଯାୟୀ, କଦଳୀ ଗଛ ନିକଟରେ ତୁଳସୀ ଗଛ ରଖିବା ଦ୍ବାରା ପରିବାର ସଦସ୍ୟଙ୍କୁ ଶୁଭ ଫଳ ମିଳିଥାଏ। ଏହାସହ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ କୃପା ପଡିଥାଏ।

ଅଶୋକ ଓ ନଡିଆ ବୃକ୍ଷ ଅତ୍ୟନ୍ତ ଶୁଭ ଅଟେ। ନିଜର ନାମାନୁସାରେ, ଅଶୋକ ବୃକ୍ଷ ପ୍ରସନ୍ନତା ଓ ଦୁଃଖ ଦୂର କରୁଥିବା ବୃକ୍ଷ ଅଟେ। ଏହି ବୃକ୍ଷକୁ ଘରର ବଗିଚାରେ ଲଗାଇବା ଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବଢିବା ସହ ବୁଝାମଣା ଠିକ ରହିଥାଏ।

ଫେଙ୍ଗସୁଇ ଶାସ୍ତ୍ର ଅନୁଯାୟୀ, ଘରେ ବାଉଁଶ ବୃକ୍ଷ ଲଗାଇବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ସଞ୍ଚାରିତ ହୋଇଥାଏ। ଏହାସହ ପରିବାର ସଦସ୍ୟଙ୍କର ଉନ୍ନତି ଓ ସମୃଦ୍ଧି ହୋଇଥାଏ।

ପ୍ରାଚୀନ ଭାରତୀୟ ଗ୍ରନ୍ଥ ଅନୁଯାୟୀ, କୌଣସି ବୃକ୍ଷର ପତ୍ର, ଡାଳକୁ ଭାଙ୍ଗିବା ଦ୍ବାରା କ୍ଷୀର ନିର୍ଗତ ହେଉଥିଲେ ତାହାକୁ ଘର ପାଖରେ ଲଗାନ୍ତୁ ନାହିଁ। ଏହାଦ୍ବାରା ଧନ ହାନୀ ହୋଇଥାଏ।

କେବେ ବି କୌଣସି କଣ୍ଟା ଜାତୀୟ ବୃକ୍ଷକୁ ଘରର ମୁଖ୍ୟ ଦ୍ବାର ଓ ଘର ପାଖରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ବାରା ଶତ୍ରୁଙ୍କ ସଂଖ୍ୟା ବଢିଥାଏ। ଏହାସହ ପରିବାର ସଦସ୍ୟଙ୍କ ଜୀବନରେ ସର୍ବଦା ଦୁଃଖକଷ୍ଟ ଲାଗି ରହିଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories