www.samajalive.in
Tuesday, December 9, 2025
16.1 C
Bhubaneswar

ମହଙ୍ଗା ପଡିଲା ଅବୈଧ ସମ୍ପର୍କ ; ସ୍ବାମୀଙ୍କୁ କାନ୍ଧରେ ବୋହି ଚାଲିଲେ ମହିଳା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଝାବୁଆ ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅବୈଧ ସମ୍ପର୍କ ପାଇଁ ଜଣେ ମହିଳାଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡିଛି । ଅନ୍ୟ ଜଣେ ପୁରୁଷଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଥିବା ଜଣାପଡିଲା ପରେ ପଞ୍ଚାୟତରେ ଏହି ମାମଲାର ଶୁଣାଣି ହୋଇଥିଲା । ଅଭିଯୁକ୍ତ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ କାନ୍ଧରେ ବୋହି ପୁରା ଗାଁ ଚାଲିବେ ବୋଲି ପଞ୍ଚାୟତରେ ଦଣ୍ଡ ବିଧାନ ହୋଇଥିଲା। ଫଳରେ ମହିଳା ଜଣଙ୍କ ସ୍ବାମୀଙ୍କୁ କାନ୍ଧରେ ବୋହି ଗାଁ ସାରା ଚାଲି ଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଗ୍ରାମବାସୀମାନେ ନାଚକୁଦ କରି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଯେତେବେଳେ ମହିଳା ଜଣଙ୍କ ଥକି ପଡୁଥିଲେ ସେତେବେଳେ ଗ୍ରାମବାସୀମାନେ ତାଙ୍କୁ ମାଡ ମାରିବା ସହ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories