ସୁବର୍ଣ୍ଣପୁର : ବୀରମହାରାଜପୁର ଥାନା ଅନ୍ତର୍ଗତ ପାତ୍ରପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ମା’ କୋଳରୁ ଛୁଆ ଚୋରି ଉଦ୍ୟମ କରୁଥିବା ସମୟରେ ଜଣେ ଚୋର ଧରାପଡ଼ିଛି। ତା’ଘର ଭେଡ଼େନ ଥାନା ଅନ୍ତର୍ଗତ ଗାଁର ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ପାତ୍ରପାଲି ଗାଁର ଏକ ୩ବର୍ଷର ଶିଶୁୁ ତା’ବାପାମା’ଙ୍କ ନିକଟରେ ଘର ବାହାରେ ଶୋଇଥିଲା। ପିଲାଟି ଶୋଇଥିବା ସମୟରେ ଅଭିଯୁକ୍ତ ତା’କୁ ଚୋରି କରିବାକୁ ଉଦ୍ୟମ କରିବା ବେଳେ ପିଲାଟି କାନ୍ଦିବାରୁ ପରିବାର ଲୋକେ ବଡ଼ ପାଟି କରିଥିଲେ। ଯଦ୍ୱାରା ଗାଁ ଲୋକେ ଚୋରଟିକୁ ନିସ୍ତୁକ ପିଟି ଥାନାରେ ଦେଇଥିଲେ। ପୁଲିସ ତା’କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
Popular Categories



