www.samajalive.in
Wednesday, December 10, 2025
18.1 C
Bhubaneswar

ଜାଲିଆନୱାଲା ବାଗ୍‌ ଗଣହତ୍ୟା ‘ଏକ ଲଜ୍ଜାଜନକ କାର୍ଯ୍ୟ’: ବ୍ରିଟିଶ ରାଷ୍ଟ୍ରଦୂତ

ଅମୃତସର: ଜାଲିଆନୱାଲା ବାଗ୍‌ ଗଣହତ୍ୟା ଘଟଣାକୁ ଶନିବାର ୧୦୦ ବର୍ଷ ପୂରିଛି। ଏହି ଅବସରରେ ଭାରତରେ ଅବସ୍ଥାପିତ ବ୍ରିଟେନ ରାଷ୍ଟ୍ରଦୂତ ଡୋମିନିକ ଆସକୁଇଥ ଜାଲିଆନୱାଲା ବାଗରେ ପହଞ୍ଚି ମୃତକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆସ୍‌କୁଇଥ ସେଠାରେ ଭିଜିଟର୍ସ ବୁକ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଶହେ ବର୍ଷ ତଳେ ଘଟିଥିବା ଜାଲିଆନୱାଲା ବାଗ୍‌ ଗଣହତ୍ୟା ଆଜି ବ୍ରିଟିଶ-ଭାରତୀୟ ଇତିହାସରେ ଏକ ଲଜ୍ଜାଜନକ କାର୍ଯ୍ୟ। ଏଥିପାଇଁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ମୁଁ ଆଜି ଖୁସି ଯେ ବ୍ରିଟେନ ଏବଂ ଭାରତୀୟ ପରିବାର ଏକବିଂଶ ଶତାବ୍ଦୀର ଭାଗିଦାରିତାକୁ ଆହୁରି ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି।

ଏହା ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ବି ଉକ୍ତ ଘଟଣାକୁ ନେଇ ଗଭରୀ ଦୁଃଖ ପ୍ରକାଶ କରୁଥିବା ହକିଥିଲେ। ଏହି ଘଟଣା ପାଇଁ ବ୍ରିଟେନ ସରକାର କ୍ଷମା ପ୍ରାର୍ଥନା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଥେରେସା ମେ କ୍ଷମା ପ୍ରାର୍ଥନା କରିବାକୁ ମନା କରିଦେଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories