www.samajalive.in
Monday, December 8, 2025
27.1 C
Bhubaneswar

କରନାଲରେ ଛାତ୍ର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ, ପୁଲିସ୍‍ର ଲାଠି ଚାର୍ଜ

କରନାଲ : ହରିୟାଣା କରନାଲରେ ଗୁରୁବାର ଦିନ ଏକ ବସ୍‍ ଧକ୍କାରେ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ଉତ୍ତ୍ୟକ୍ତ ଛାତ୍ର ଆଇଟିଆଇ ଛକରେ ଳଙ୍କାକାଣ୍ଡ ଭିଆଇଛନ୍ତି। ଉତ୍ତ୍ୟକ୍ତ ଛାତ୍ରମାନେ ଛକ ଦେଇ ଯାତାୟତ କରୁଥିବା ଗାଡିକୁ ବାଡେଇ ଭାଙ୍ଗିବା ସହ ସୁରକ୍ଷା ବାହିନୀଙ୍କ ଉପରକୁ ପଥର ଓ ଢେଲା ମାଡ଼ କରିଛନ୍ତି । ଉତ୍ତ୍ୟକ୍ତ ଛାତ୍ରଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‍କୁ ଲାଠି ଚାର୍ଜ ଓ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି।
ସୂଚନା ଅନୁସାରେ ଗୁରୁବାର ଅପରାହ୍ଣ ପ୍ରାୟ ୫ଟା ବେଳେ ଆଇଟିଆଇ ଛକରେ ବସ୍‍ ଚଢିଯିବାରୁ ରେଣ୍ଡଲ ନିବାସୀ ଆଇଟିଆଇରେ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରୁଥିବା ନିଖିତ ନାମକ ଛାତ୍ରର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଶୁକ୍ରବାର ସକାଳେ କରନାଲ ଆଇଟିଆଇ ଛକରେ ହଜାର ହଜାର ସଂଖ୍ୟାର ଛାତ୍ର ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। କିଛି ସମୟ ମଧ୍ୟରେ ବିରୋଧ ପ୍ରଦର୍ଶନ ହିଂସା ରୂପ ନେଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ୍‍ଙ୍କ ସହ ଛାତ୍ରଙ୍କ ସଂଘର୍ଷ ଘଟିଥିଲା। ଛାତ୍ରମାନେ ସୁରକ୍ଷା କର୍ମୀଙ୍କ ଉପରୁ ଢେଲା ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍‍ ପକ୍ଷରୁ ଲାଠିଚାର୍ଜ ଓ ଫାଙ୍କା ଗୁଳି ଚାଳନା ସହ ଲୁହ ବୁହା ଗ୍ୟାସ ମାଡ଼ କରାଯାଇଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories