www.samajalive.in
Monday, December 8, 2025
27.1 C
Bhubaneswar

ତୁମେମାନେ ଦେଶକୁ କେବେ ଶାନ୍ତିରେ ରହିବାକୁ ଦେବନି: ସୁପ୍ରିମକୋର୍ଟ

ଲକ୍ଷ୍ମୌ: ମଧ୍ୟସ୍ଥଙ୍କ ଜରିଆରେ ଅଯୋଧ୍ୟା ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଦେଇଥିଲେ। ଏହା ପରେ କୋର୍ଟଙ୍କ  ଦ୍ବାରା ନିଯୁକ୍ତ ୩ ଜଣିଆ ମଧ୍ୟସ୍ଥ ଟିମ୍‌ ମାମଲାର ସବୁ ପକ୍ଷଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଏହା ମଧ୍ୟରେ ବିବାଦୀୟ ସ୍ଥଳ ନିକଟରେ ରହିଥିବା ୬୭.୭ ଏକର ଜାଗାରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦେବା ଲାଗି ସୁପ୍ରିମକୋର୍ଟରେ ପିଟିଶନ ଦାୟର କରାଯାଇଥିଲା, ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବିରକ୍ତି ପ୍ରକାଶ କରିଛନ୍ତି। ଆପଣମାନେ ଦେଶକୁ ଶାନ୍ତିରେ ରହିବାକୁ ଦେବେନାହିଁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପିଟିଶନର ଶୁଣାଣି କରି କହିଛନ୍ତି।

ଗତ ଫେବୃୟାରୀରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ସୁପ୍ରିମକୋର୍ଟରେ ଏହି ପିଟିଶନ ଦାୟର କରିଥିଲେ। ବିବାଦୀୟ ରାମମନ୍ଦିର ସ୍ଥଳକୁ ଲାଗିଥିବା ଜାଗାରେ ପୂଜାର୍ଚ୍ଚନା କରିବାକୁ ସେ ଆବେଦନ କରିଥିଲେ। ଏହା ତାଙ୍କର ମୌଳିକ ଅଧିକାର ବୋଲି ସୁବ୍ରମଣ୍ୟମ ସ୍ବାମୀ ଦର୍ଶାଇଥିଲେ। ପ୍ରଧାନ ବିଚାରପତି ପିଟିଶନର ଶୁଣାଣି କରି କହିଥିଲେ, ତୁମେମାନେ ଦେଶକୁ କେବେ ଶାନ୍ତିରେ ରହିବାକୁ ଦେବନାହିଁ। ଯେମିତି ହେଲେ କିଛି ନା କିଛି ରହିଥିବ।

- Advertisement -

ଅନ୍ୟପଟେ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଅନୁରୂପ ଏକ ପିଟିଶନକୁ ଖାରଜ କରିଦେଇଥିଲେ। ବିବାଦୀୟ ସ୍ଥଳରେ ନମାଜ ପାଠ କରିବାକୁ କରାଯାଇଥିବା ଏହି ଆବେଦନକୁ କୋର୍ଟ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଥିଲେ। ସୁପ୍ରିମ କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିର୍ଦେଶକୁ ପ୍ରତ୍ୟାହାର କରିବାକୁ ମଧ୍ୟ ମନା କରିଦେଇଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories