www.samajalive.in
Wednesday, December 10, 2025
18.1 C
Bhubaneswar

ରୋଡ୍‌ ଶୋ’ ​‌ବେଳେ ରାହୁଲଙ୍କ ଉପରେ ୭ଥର ପଡ଼ିଥିଲା ଲେଜର, ସ୍ନାଇପର ବନ୍ଧୁକରେ ଆକ୍ରମଣ ଯୋଜନା ହୋଇଥିବା ସନ୍ଦେହ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ରହିଛି। କଂଗ୍ରେସ ଏଭଳି ଅଭିଯୋଗ ଆଣି ସୁରକ୍ଷା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପ୍ରଦେଶର ଆମେଠିରେ ରାହୁଲ ଗାନ୍ଧୀ ନାମାଙ୍କନପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ରୋଡ୍‌ ଶୋ’ କରିଥିଲେ। ରୋଡ୍‌ ଶୋ’ ସମୟରେ ରାହୁଲଙ୍କ ମୁଣ୍ଡ ଉପରେ ସବୁଜ ରଙ୍ଗର ଲେଜର ଲାଇଟ୍‌ ପଡ଼ିଥିଲା। ବିଭିନ୍ନ ସମୟରେ ୭ଥର ରାହୁଲଙ୍କ ଉପରେ ଏହି ଲେଜର ପଡ଼ିଥିଲା। କେହି ତାଙ୍କୁ ସ୍ନାଇପର ବନ୍ଧୁକରେ ଆକ୍ରମଣ କରିବାକୁ ଯୋଜନା କରିଥାଇପାରନ୍ତି ବୋଲି ଦଳୀୟ ନେତୃବୃନ୍ଦ ସନ୍ଦେହ କରିଛନ୍ତି। ନାମାଙ୍କନ ଦାଖଲ ପରେ ବି ରାହୁଲ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ରୋଡ୍‌ ଶୋ’ ସମୟରେ ରାହୁଲଙ୍କ ପାଇଁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରି ନ ଥିଲେ, ଯେଉଁଥିପାଇଁ ଏଭଳି ଘଟଣା ଘଟିଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅହମଦ ପଟେଲ, ଜୟରାମ ରମେଶ ଏବଂ ରଣଦୀପ ସୁରଜେୱାଲା ଏହି ଚିଠି ଲେଖି ଦାବି କରିଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉଦାହରଣ ଦିଆଯାଇ ରାହୁଲଙ୍କ ସୁରକ୍ଷା ଭଙ୍ଗ ଚିନ୍ତାର ବିଷୟ ବୋଲି କୁହାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories