www.samajalive.in
Monday, December 8, 2025
13.1 C
Bhubaneswar

ହସ୍ପିଟାଲରେ ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ସଦର ହସ୍ପିଟାଲରେ ସୋମବାର ଉତ୍ତେଜନା ସହ ଡ଼ାକ୍ତରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ସମ୍ବଲପୁର ଜିଲା ରେଙ୍ଗାଲି ଠାରେ ସଡ଼କ ଦୁର୍ଘଟଣାରେ ଉମେଶ ଶର୍ମା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ଝାରସୁଗୁଡ଼ା ଜିଲା ସଦର ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ଚିକିତ୍ସା ପାଇଁ ବିଳମ୍ବ ହେବାରୁ ଉମେଶଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଉମେଶଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତରଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଅବହେଳା ହେତୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବର ପାଇବା ପରେ ଝାରସୁଗୁଡ଼ା ପୁଲିସ ପହଞ୍ଚି ଉତ୍ତେଜନାକୁ ଶାନ୍ତ କରିବା ସହିତ ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗରେ ତିନି ଜଣଙ୍କୁ ଅଟକ ରଖିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories