www.samajalive.in
Monday, December 8, 2025
17.1 C
Bhubaneswar

ନିଶାଣରେ କମିସନ

ନିର୍ବାଚନ କମିସନଙ୍କ ଆଚରଣ ଓ ଉଚ୍ଚାରଣ ସର୍ବଦା ସନ୍ଦେହର ଊର୍ଦ୍ଧ୍ବରେ ରହିବା ଆବଶ୍ୟକ। ଏହା ନିରପେକ୍ଷ ଓ ଦୃଢ଼ ନ’ହେଲେ ସମାଲୋଚିତ ହେବାସହ ରାଜନୈତିକ ଦଳଙ୍କ ବିଶ୍ବାସ ହରାଇବା ସ୍ବାଭାବିକ। ଆମ ସମ୍ବିଧାନ ନିର୍ବାଚନ କମିସନଙ୍କୁ ନିରପେକ୍ଷତାର ସହ କାର୍ଯ୍ୟ କରିବାର ବିପୁଳ କ୍ଷମତା ଦେଇଛି। ସବୁବେଳେ ଗୋଟିଏ ନିର୍ଦିଷ୍ଟ ଅଭିଯୋଗ ହୁଏ ଯେ କେନ୍ଦ୍ରରେ ଥିବା ସରକାରଙ୍କ ପାଇଁ କମିସନଙ୍କର ଦରଦ ଥାଏ। ଏଥର ସାଧାରଣ ନିର୍ବାଚନରେ କମିସନଙ୍କ ବିରୋଧରେ ବିଭିନ୍ନ ଦଳର ନେତାମାନେ ଯେପରି ବିଷୋଦ୍‌ଗାର କରୁଛନ୍ତି ତାହା ଆଗରୁ କେବେ ଦେଖାଯାଇ ନଥିଲା। ବିବିଏମ୍‌ ପାର୍ଟିର ମୁଖ୍ୟ ପ୍ରକାଶ ଆମ୍ବେଡ଼କର ନିର୍ବାଚନ କମିସନରଙ୍କୁ ଜେଲରେ ପୂରାଇବାକୁ ଦାବି କରିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସମେତ କଂଗ୍ରେସ ଓ ମୁସଲିମ୍‌ଲିଗ ଦଳର ବହୁ ନେତା ବିଭିନ୍ନ ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ କାର୍ଯ୍ୟକଳାପ ତଥା କାର୍ଯ୍ୟାନୁଷ୍ଠାନରେ ବରାବର ଅସନ୍ତୋଷ ପ୍ରକାଶ କରି ବିଷୋଦ୍‌ଗାର କରୁଛନ୍ତି।
ରାଜସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବକୁମାର ସାମ୍ବିଧାନିକ ପଦରେ ଥାଇ ମଧ୍ୟ ଯେଭଳି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ହୋଇଛି ସେ ନେଇ କମିସନ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏଭଳି ପ୍ରତିବାଦ ଓ କ୍ଷୋଭପ୍ରକାଶ ପାଉଛି। ​‌େ​ସହିଭଳି ମମତା ବାନାର୍ଜୀ ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଭଳି କିଛି ନେତା ସବୁକଥାରେ କେନ୍ଦ୍ର କିମ୍ବା ନିର୍ବାଚନ କମିସନଙ୍କୁ ଦୋଷ ଦେଉଛନ୍ତି। ନିରପେକ୍ଷ ନିର୍ବାଚନ ପାଇଁ ଦେଶ​‌ରେ ବିଭିନ୍ନ ରାଜ୍ୟରେ ପୁଲିସ ମୁଖ୍ୟ ଓ ମୁଖ୍ୟସଚିବମାନଙ୍କୁ ବଦଳାଯାଉଛି। ଏହା କମିସନଙ୍କ ନିଜସ୍ବ ନିଷ୍ପତ୍ତି। ତେଣୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ଏହା ଯେ କାର୍ଯ୍ୟକାରୀ ହେବନାହିଁ ତାହା କିପରି ସମ୍ଭବ? ଯେଉଁ ରାଜ୍ୟ ସରକାରମାନେ ପୁଲିସ ପ୍ରଶାସନକୁ ବ୍ୟବହାର କରି ନିର୍ବାଚନ ଜିତିବାକୁ ଚେ​‌ଷ୍ଟା କରୁଥିବେ ସେମାନେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ; କାରଣ ସମସ୍ତେ ତୁଳସୀ ନୁହନ୍ତି।
ଭାରତଭଳି ବିରାଟ ଗଣତନ୍ତ୍ରରେ ବାହୁବଳ ଓ ଧନବଳର ପ୍ରାବଲ୍ୟ ମଧ୍ୟରେ ନିରପେକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା କରିବା ସହଜ ନୁହେଁ। ଏହା ସତ୍ତ୍ବେ ସବୁକଥାରେ ନିର୍ବାଚନ କମିସନଙ୍କୁ ସନ୍ଦେହ ଓ ସମାଲୋଚନା ନ’କରି ତାଙ୍କସହ ସହଯୋଗ ରକ୍ଷା ଜରୁରୀ। କମିସନ ମଧ୍ୟ ସମ୍ଭାବ୍ୟ ସବୁ ଚାପରୁ ଊର୍ଦ୍ଧ୍ବରେ ରହି ନିରପେକ୍ଷଭାବେ କାମ କରିବାର ଆବଶ୍ୟକତା ରହିଛି। ତାଙ୍କ ନିରପେକ୍ଷତା ପ୍ରଶ୍ନାତୀତ ହେଉ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories