www.samajalive.in
Tuesday, December 9, 2025
17.1 C
Bhubaneswar

‘ଦବଙ୍ଗ-୩’ର ଶୁଟିଂ ସେଟରେ ଶିବଲିଙ୍ଗକୁ ନେଇ ବିବାଦ : ବିଜେପି-କଂଗ୍ରେସ ମୁହାଁମୁହିଁ

ମୁମ୍ବଇ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ ଶୁଟିଂ ସେଟର ଏକ ଶିବଲିଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଛି । ଚଳଚ୍ଚିତ୍ରର ଶୁଟିଂ ସେଟରେ ଥିବା ଏକ ଶିବଲିଙ୍ଗ ଉପରେ କିଛି କାଠପଟା ଘୋଡ଼ାଇଥିବା ଫଟୋ ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଥିଲା । ଏହାକୁ ନେଇ କଂଗ୍ରେସ ଓ ବିଜେପି ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରିଛନ୍ତି ।

ବିଜେପିର ବରିଷ୍ଠ ନେତା ଡା. ହିତେଶ ବାଜପେୟୀ ଟ୍ବିଟ୍ କରି ବନ୍ଦେ ମାତରମ୍ କହିଲେ ଯେତେବେଳେ ଆପଣଙ୍କ ଧର୍ମ ବିପଦରେ ପଡ଼ିଯାଉଛି, ସେତେବେଳେ ଶିବଲିଙ୍ଗ ଉପରେ ମଞ୍ଚ ପ୍ରସ୍ତୁତ କରି ନାଚିବେ ବୋଲି କେମିତି ଭାବିଲେ ବୋଲି ସଲମାନଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହ ଏପରି କାର୍ଯ୍ୟକୁ ସମର୍ଥନ କରୁଛ କି ବୋଲି ସେ କଂଗ୍ରେସକୁ ମଧ୍ୟ ପ୍ରଶ୍ନ କରିଛନ୍ତି ।

- Advertisement -

ସେହିପରି କମଳନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରଠାରୁ ହିଁ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ବାରମ୍ବାର ଆଘାତ ପହଞ୍ଚିଛି ବୋଲି ଆଉ ଜଣେ  ବିଜେପି ନେତା ତଥା ବିଧାୟକ ରାମେଶ୍ବର ଶର୍ମା କହିଛନ୍ତି ।

ଏହାର ଜବାବରେ କଂଗ୍ରେସ ବିଜେପି ନେତାଙ୍କୁ ସଂକୀର୍ଣ୍ଣ ମନୋଭାବର ବ୍ୟକ୍ତି ବୋଲି ଅଭିହିତ କରିଛି । ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ଶୋଭା ଓଝା କହିଛନ୍ତି ଯେ ଆମକୁ ଜବାବ ଦେବାର ଆବଶ୍ୟକତା ନାହିଁ, ବିଜେପି ନେତାମାନଙ୍କ ସଂକୀର୍ଣ୍ଣ ଚିନ୍ତାଧାରା ଯୋଗୁଁ ଦଳର ୧୫ ବର୍ଷ ଶାସନ କାଳରେ ରାଜ୍ୟରେ କୌଣସି ବିକାଶ ହୋଇପାରି ନାହିଁ ।

ଏହି ଘଟଣାକୁ ନେଇ ସଲମାନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଶିବଲିଙ୍ଗର ସୁରକ୍ଷା ଏବଂ ଏହାର ପବିତ୍ରତା ବଜାୟ ରଖିବା ପାଇଁ ତା’ ଉପରେ କାଠପଟା ରଖା ଯାଇଥିଲା ଓ କିଛି ସମୟ ପରେ ଏହାକୁ ହଟାଇ ଦିଆଯାଇଥିଲା । ଏହି ଘଟଣାରେ କଂଗ୍ରେସ ନେତା ଜିତୁ ପଟୱାରୀ ସଲମାନଙ୍କୁ ସମର୍ଥନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories