www.samajalive.in
Monday, December 8, 2025
17.1 C
Bhubaneswar

ବିଜେଡି ଇସ୍ତାହାରରେ ଚାଷୀଙ୍କୁ ଗୁରୁତ୍ବ

ଭୁବନେଶ୍ବର : ବିଜେଡି ଇସ୍ତାହାରରେ ଚାଷୀ କଲ୍ୟାଣକୁ ପ୍ରଥମ ସ୍ଥାନରେ ରଖାଯାଇଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ତିତିଲି, ହୁଡହୁଡ ବେଳେ ବିଜେପି ନେତାଙ୍କ ଦେଖା ନଥିଲା । କିନ୍ତୁ ଭୋଟ୍ ମାଗିବାକୁ ସେମାନେ ଆସୁଛନ୍ତି । ବିଜେପିକୁ ଏଭଳି କଟାକ୍ଷ ଶବ୍ଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲା ଜୟପୁରରେ ଆୟୋଜିତ ଏକ ଜନସଭା ସମାବେଶରେ ଉଦବୋଧନ ଦେଇ କହିଛନ୍ତି ।  ଜୟ ଜଗନ୍ନାଥ , ଆପଣମାନଙ୍କୁ ମୋର ନମସ୍କାର କହି ମୁଖ୍ୟମନ୍ତ୍ରୀ ଓଡିଆରେ ଭାଷଣ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରାକରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ , ବନ୍ୟା ବାତ୍ୟା ହେଲା କିନ୍ତୁ କେହି ଜାତୀୟ ଦଳ ଓଡିଶା ଆସିଲେନି । ଏବେ ଭୋଟ୍ ପାଇଁ ଓଡିଶା ଆସୁଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଆହୁରି ଟାର୍ଗେଟ କରି କହିଛନ୍ତି ଯେ, କାହା ସ୍ବାର୍ଥରେ କେବିକେ ଯୋଜନା ବନ୍ଦ କରାଗଲା । ଗରିବ ଏସସି , ଏସଟି ପିଲାଙ୍କ ବୃତ୍ତି ବନ୍ଦ କରାଗଲା । ଓଡିଶା ପ୍ରତି ଏମାନଙ୍କ ଦରଦ ଏମିତି । ବିଜେପିର ବଡ ବଡ ନେତାମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛି ଏବଂ ଆଗକୁ ରହିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଥରେ ସାଂସଦ ଓ ଥରେ ବିଧାୟକଙ୍କ ପାଇଁ ଭୋଟ ଦେବାକୁ ନବୀନ ନିବେଦନ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories