www.samajalive.in
Tuesday, December 9, 2025
17.1 C
Bhubaneswar

ତାମିଲନାଡୁ ବିଜେପି ଉପାଧ୍ୟକ୍ଷଙ୍କ ଉପରକୁ ବୋତଲ ମାଡ଼, ଜଣେ ଲହୁଲୁହାଣ

ଚେନ୍ନଇ : ତାମିଲନାଡୁରେ ନିର୍ବାଚନୀ ପ୍ରଚାର ବେଳେ ରାଜ୍ୟ ବିଜେପି ଉପାଧ୍ୟକ୍ଷ ନୈନାର ନଗେନ୍ଦ୍ରଙ୍କ ଉପରକୁ କାଚ ବୋତଲ ମାଡ଼ କରାଯାଇଛି। ତେବେ ବୋତଲ ଯାଇ ତାଙ୍କର ଜଣେ ସହଯୋଗୀଙ୍କ ଦେହରେ ବାଜିଥିଲା। ଏଥିରେ ବ୍ୟକ୍ତି ଜଣଙ୍କ ଲହୁ ଲୁହାଣ ହୋଇପଡ଼ିଥିଲେ। ଏହି ଘଟଣା ଅପ୍ରେଲ ୧ ତାରିଖର ବୋଲି କୁହାଯାଇଛି। ଘଟଣା ପରେ ନିର୍ବାଚନୀ ପ୍ରଚାର ର‍୍ୟାଲିରେ ଥିବା ଲୋକମାନେ ଏଣେତେଣେ ଦୌଡ଼ିଥିଲେ। ଏଥିରେ କିଛି ଲୋକ ଆହତ ହୋଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ ତାମିଲନାଡୁ ରାମନାଥପୁରମ ଲୋକସଭା ଆସନରୁ ରାଜ୍ୟ ବିଜେପି ଉପାଧ୍ୟକ୍ଷ ନଗେନ୍ଦ୍ର ପ୍ରାର୍ଥୀ ହୋଇଛନ୍ତି। ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଅପ୍ରେଲ ୧୮ରେ ଭୋଟ ଗ୍ରହଣ କରାଯିବ। ଏନ୍‍ଡିଏରେ ସାମିଲ ଦଳଙ୍କ ଆପୋଷ ବୁଝାମଣା ପରେ ଏହି ଆସନ ବିଜେପି ଭାଗକୁ ଯାଇଥିଲା। ଏଠାରେ ୟୁପିଏ ପକ୍ଷରୁ ଇଣ୍ଡିଆନ ୟୁନିୟନ ମୁସଲିମ୍‍ ଲିଗ୍‍ (ଆଇୟୁଏମ୍‍ଏଲ୍‍)ର ନୱାସକଣି ପ୍ରାର୍ଥୀ ହୋଇଛନ୍ତି। ରାମନାଥପୁର ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିପାଇଁ ସବୁ ଦଳଗୁଡ଼ିକ ନିର୍ବାଚନୀ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି। ଏ କ୍ରମରେ ବିଜେପି ର‍୍ୟାଲି ଉପରେ କାଚ ବୋତଲ ମାଡ଼ ହୋଇଛି।
୨୦୧୪ ଲୋକସଭା ନିର୍ବାଚନରେ ଏହି ଆସନରୁ ଏଆଇଏଡିଏମ୍‍କେ ନେତା ଅନୱର ରାଜା ବିଜୟୀ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories