www.samajalive.in
Monday, December 8, 2025
27.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୁଜୁରାତିର ବ୍ୟବହାର

ଏହା ଆମେ ସମସ୍ତେ ଜାଣନ୍ତି ଗୁଜୁରାତି ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏହା ଖାଦ୍ୟରେ ପଡ଼ିଲେ ତାହାକୁ ସ୍ବାଦିଷ୍ଟ କରିବା ସହ ଶରୀର ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଗୁଜୁରାତିରେ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ ରହିଛି। ଏହା ତ୍ବଚା ପାଇଁ ବହୁତ ଲାଭପ୍ରଦ ହୋଇଥାଏ। ଏହାର ବ୍ୟବହାର ଦ୍ବାରା ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଯାଏ। ତ୍ବଚାରେ ବ୍ରଣ ବା କଳା ଦାଗ ହୋଇଥିଲେ କିମ୍ବା ଓଠ ଫାଟିଥିଲେ ଗୁଜୁରାତିର ଘରୋଇ ଉପଚାରରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇପପାରିବ। ତେବେ ଚାଲନ୍ତୁ ଜାଣିବା ଗୁଜୁରାତି କିପରି ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ –

ତ୍ବଚାକୁ ଗୋରା ଓ ସୁନ୍ଦର କରେ :
ଗୁଜୁରାତିରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଯାହା ତ୍ବଚା ସଂକ୍ରମଣ ଦୂର କରିବାରେ ସାହାଯ୍ୟ କରିଥାଏ। ଗୁଜୁରାତି ଖାଇବା ଦ୍ବାରା ଶରୀରରେ ଥିବା ଟକ୍ସିନ୍ ବାହାରକୁ ଚାଲିଯାଏ ଏବଂ ତ୍ବଚାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆସିଥାଏ। ସେହିପରି ଅନେକ ଲୋକମାନଙ୍କର ଋତୁ ପରିବର୍ତ୍ତନରେ ଓଠ ଫାଟିଥାଏ। ଯଦି ଆପଣଙ୍କର ମଧ୍ୟ ଓଠ ଫାଟୁଥାଏ ତେବେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ସମୟରେ ଆପଣ ଗୁଜୁରାତିକୁ ଗୁଣ୍ଡ କରି ଏହାକୁ ଲହୁଣି ସହ ମିଶାଇ ଦିନରେ ଦୁଇ ଥର ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ଫାଟିବା ବନ୍ଦ ହେବା ସହ ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଓଠ ସୁନ୍ଦର ହୋଇଯିବ।

- Advertisement -

ଏହାର ସେବନ ଦ୍ବାରା ଭଲ ନିଦ ହୋଇଥାଏ :
ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଭଲ ନିଦ ହେବା ମଧ୍ୟ ନିହାତି ଆବଶ୍ୟକ। ଯଦି ଆପଣ ରାତିରେ ଭଲ ନିଦ ହୁଏ ତେବେ ତ୍ବଚାରେ ସୁନ୍ଦରତା ଉପଲବ୍ଧି କରିପାରିବେ। ଯଦି ଆପଣ ପୂରା ଦିନ କାମ କରିବା ପରେ ମଧ୍ୟ ରାତିରେ ଠିକ ଭାବେ ନିଦ ହୋଇନଥାଏ ତେବେ ଆପଣ ରାତିରେ ଶୋଇବା ସମୟରେ ଗୁଜୁରାତି ଖାଆନ୍ତୁ ବା ଏହାକୁ ସୁଙ୍ଘନ୍ତୁ। ଆପଣ ଚାହିଁଲେ ମଧ୍ୟ କ୍ଷୀରରେ ମିଶାଇ ସେବନ କରିପାରିବେ। ଏପରି କରିବା ଦ୍ବାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ଗୁଜୁରାତି ଆପଣଙ୍କ ଶରୀରର ଶିରା-ପ୍ରସିରାକୁ ଆରାମ ଦେବା ସହ ଚିନ୍ତା ଦୂର କରିଥାଏ।

ତ୍ବଚା ପାଇଁ କିପରି ବ୍ୟବହାର କରିବେ ଗୁଜୁରାତି :
ଗୁଜୁରାତି ପେଷ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ୧ ଚାମଚ ଗୁଜୁରାତି ଗୁଣ୍ଡରେ ମହୁ ମିଶାନ୍ତୁ। ଏହାପରେ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ଗୁଜୁରାତିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥିବାରୁ ତ୍ବଚାର ଅନେକ ସମସ୍ୟା ଦୂର ହୋଇ ତ୍ବଚା ସଫା ହୋଇଥାଏ। ଆପଣ ଏହି ପେଷ୍ଟକୁ ତ୍ବଚାରେ ଲଗାଇ ଗୋଟିଏ ରାତି ରଖିବା ପରେ ସକାଳେ ଥଣ୍ଡା ପାଣିରେ ଭଲ ଭାବେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ତ୍ବଚାରୁ ଦାଗ ଦୂର ହେବା ସହ ତ୍ବଚା ସୁସ୍ଥ ରହିଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories