mission shakti banner

ଫେସବୁକକୁ ତାଲିକା ମାଗିଲା କଂଗ୍ରେସ

BSKY banner  750×100

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଆଇଟି ସେଲ ସହ ଲିଙ୍କ ଥିବା ୬୮୭ ଟି ପେଜ ଓ ଆକାଉଣ୍ଟ ଅପସାରଣ କରିଥିବା ନେଇ ଫେସବୁକ କରିଥିବା ଦାବିକୁ କଂଗ୍ରେସ ଅଗ୍ରାହ୍ୟ କରିଛି। ଏହାକୁ ମିଛ ରିପୋର୍ଟ ଅଭିହିତ କରି କଂଗ୍ରେସ କହିଛି, ଯେ ଏ ସମ୍ପର୍କରେ ଫେସବୁକକୁ ଅପସାରଣ କରାଯାଇଥିବା ପେଜ ଗୁଡିକର ତାଲିକା ମଗାଯାଇଛି ଏବଂ ଏହା କିପରି କଂଗ୍ରେସ ପାର୍ଟି ଆଇଟି ସେଲ ସହ ସମ୍ପୃକ୍ତ ତାହା ଜଣାଇବାକୁ କୁହାଯାଇଛି।

ପାର୍ଟି ପକ୍ଷରୁ ଟ୍ୱିଟ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ଯେ ଭାରତୀୟ ଜାତୀୟ କଂଗ୍ରେସର କୌଣସି ବୈଧ ଫେସବୁକ ପେଜକୁ ଅପସାରଣ କରାଯାଇନାହିଁ। ତେବେ ଫେସବୁକର କଂଗ୍ରେସ ପାର୍ଟି ପେଜ ଅପସାରଣକୁ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଐତିହାସିକ ବୋଲି ବର୍ଣ୍ଣନା କରିବ ପରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି।

Comments are closed.