mission shakti banner

ଅମେଥି ସହ ୱାୟନାଡ଼ରୁ ଲଢ଼ିବେ ରାହୁଲ

BSKY banner  750×100
0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଅମେଥି ସହ କେରଳର ୱାୟନାଡ଼ରୁ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବେ। ରାହୁଲ ଗାନ୍ଧୀ ଉଭୟ ଆସନରୁ ଲଢ଼ିବା ନେଇ ସମ୍ମତି ଦେଇଥିବା କଂଗ୍ରେସ ନେତା ଏ.କେ.ଆଣ୍ଟୋନି ରବିବାର କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦଳୀୟ କର୍ମୀ ଓ ମେଣ୍ଟ ଦଳଗୁଡିକ ପକ୍ଷରୁ ଦକ୍ଷିଣ ଭାରତରୁ ଲଢ଼ିବା ପାଇଁ ଅନୁରୋଧ କରାଯାଇଥିଲା। ବିଶେଷ କରି କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ପକ୍ଷରୁ ଦ୍ଵିତୀୟ ଆସନରୁ ଲଢ଼ିବା ପାଇଁ ଅନୁରୋଧ ଆସିଥିବା ଆଣ୍ଟୋନି କହିଛନ୍ତି।

ତେବେ ରାହୁଲ ଗାନ୍ଧୀ କଣ ଅମେଥିରୁ ଜିତିବା ନେଇ ନିଶ୍ଚିତ ନୁହନ୍ତି କି ପ୍ରଶ୍ନରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ପାଲଟା ପ୍ରଶ୍ନ କରିଛନ୍ତି ଯେ ମୋଦୀ ଜୀ କଣ ଗୁଜୁରାଟରୁ ଜିତିବା ନେଇ ନିଶ୍ଚିତ ନ ଥିବାରୁ ବାରାଣାସୀରୁ ଲଢ଼ୁଛନ୍ତି?

Leave A Reply