www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ କାର ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ

ଜମ୍ମୁ : ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥର ବନିହାଲ ନିକଟରେ ଶନିବାର ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ କେହି ମୃତାହତ ହୋଇ ନ ଥିବା  ସୂଚନା ମିଳିଛି । ବିସ୍ଫୋରଣ ସମୟରେ ସେହି ରାସ୍ତା ଦେଇ ସିଆରପିଏଫ ଯବାନଙ୍କ ଗାଡି ଯାଉଥିଲା । ଫଳରେ ସିଆରପିଏଫର ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । କାରରେ ଗ୍ୟାସ ସିଲିଣ୍ଡର ଥିବାରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଶନିବାର ସକାଳ ସାଢେ ୧୦ଟାରେ ସିଆରପିଏଫର ୫୪ ବାଟାଲିଆନ ବସ(ଏଚଆର ୬୬-୮୦୬୭) ଜାତୀୟ ରାଜପଥ ଦେଇ ଯିବା ସମୟରେ ପଛରେ ଆସୁଥିବା ଏକ କାରରେ ହଠାତ୍ ବିସ୍ଫୋରଣ ହୋଇଥିଲା । କାର ଚାଳକ ନିଖୋଜ ଥିବା ଜଣାପଡିଛି । ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories