www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ, କିପରି ପାଇବେ କ୍ରୋଧରୁ ମୁକ୍ତି

ମହାଭାରତରେ ଶ୍ରୀକୃଷ୍ଣଙ୍କ ସ୍ବଭାବ ଦେଖି ଆମେ ଅନେକ କଥା ଶିଖିପାରିବା। ଯେପରି କେଉଁ ସମୟରେ କିପରି କଥା ହେବା, କେଉଁ ବ୍ୟକ୍ତି ସହ କିପରି କଥା ହେବା, ବ୍ୟବହାର ଓ ସହନଶୀଳ ଇତ୍ୟାଦି। ଏହିପରି କିଛି ଅମୂଲ୍ୟ ବାର୍ତ୍ତା ରହିଛି ଯାହାକୁ ଆମେ ମାନି ଚଳିବା ଦ୍ବାରା ଜୀବନରେ ଅନେକ ଆଗକୁ ସଫଳତାର ସହ ଯାଇପାରିବା। କିନ୍ତୁ କ୍ରୋଧ ହେଉଛି ମନୁଷ୍ୟର ପରମ ଶତ୍ରୁ। କ୍ରୋଧ ଦ୍ବାରା ମନୁଷ୍ୟ କ’ଣ କରିଥାଏ ତାହା ଜାଣି ପାରି ନ ଥାଏ। ଆସନ୍ତୁ ଜାଣିବା କ୍ରୋଧରୁ ମୁକ୍ତି ପାଇବା ପାଇଁ କ’ଣ କରିବା ଉଚିତ …

ବେଳେବେଳେ ଛୋଟ ଛୋଟ କଥା ପାଇଁ କ୍ରୋଧ ଆସିଥାଏ। ସେହି କ୍ରୋଧର ଅଗ୍ନିରେ ସବୁ ସମ୍ପର୍କ ଜଳି ପୋଡି ପାଉଁଶ ହୋଇଯାଇଥାଏ। ତେଣୁ କ୍ରୋଧ ପାଇଁ କୌଣସି ସମ୍ପର୍କକୁ ଭାଙ୍ଗିବାକୁ ଦିଅନ୍ତୁ ନାହିଁ।

- Advertisement -

କୌଣସି ସମ୍ପର୍କରେ ଫାଟ ସୃଷ୍ଟି ହେଲେ ତାହା ଆମ ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ତାପରେ ସମ୍ମାନ ଉପରେ କଥା ଉଠିଥାଏ। ଯଦି ଆପଣ କାହା ଉପରେ ରାଗି ଥାଆନ୍ତି ତେବେ ତାଙ୍କ ଦୃଷ୍ଟିରେ ନିଜର ସମ୍ମାନ ହରାଇବାର ସମ୍ଭାବନା ରହିଥାଏ।

କିଛି ସାମାନ୍ୟ କଥାରେ ରାଗିବା ଦ୍ବାରା ଲୋକମାନଙ୍କର ଆମ ଉପରୁ ବିଶ୍ବାସ ଉଠି ଯାଇଥାଏ। ତାପରେ ସେମାନଙ୍କର ଆମ ପ୍ରତି ସ୍ବଭାବରେ ପରିବର୍ତ୍ତନ ଆସିଥାଏ।

କ୍ରୋଧରୁ ମୁକ୍ତି ପାଇବାର ଉପାୟ :

ଯେକୌଣସି ପରିସ୍ଥିତି ହେଉ ନା କାହିଁକି ସବୁବେଳେ ହସ ହସ ମୁହଁରେ ରହିବା ଉଚିତ।

ଯେକୌଣସି କଥା ହେଉ ନା କାହିଁକି ହଠାତ ରାଗି ନ ଯାଇ ତାଉପରେ ଗଭୀର ଭାବେ ଚିନ୍ତା କରିବା ଉଚିତ।

କେବେ ବି କୌଣସି କାରଣ ପାଇଁ କ୍ଷଣିକ ଆବେଗ ହୋଇ ପ୍ରତିକ୍ରିୟା ରଖନ୍ତୁ ନାହିଁ। ଏହାଦ୍ବାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ସବୁ ପରିସ୍ଥିତିକୁ ଗମ୍ଭୀରତାର ସହ ଦେଖନ୍ତୁ। ତାପରେ ଯାଇ ଯେକୌଣସି ପଦକ୍ଷେପ ନିଅନ୍ତୁ।

ପ୍ରତିଦିନ ଯୋଗ କରନ୍ତୁ। ଏହାସହ ହସିବାର ଅଭ୍ୟାସ ମଧ୍ୟ କରନ୍ତୁ। ଏହି ଦୁଇଟି ଅଭ୍ୟାସ ଆପଣଙ୍କ ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories