www.samajalive.in
Wednesday, December 10, 2025
18.1 C
Bhubaneswar

ବିବାହରେ ବାଧା ସୃଷ୍ଟି ହେଉଥିଲେ, କରନ୍ତୁ ଏହି ଉପାୟ

ହିନ୍ଦୁ ଶାସ୍ତ୍ରରେ ବହୁ ଲୋକେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ରତ ଓ ପୂଜାର୍ଚ୍ଚନା କରିଥାଆନ୍ତି। ବିଭିନ୍ନ ବାର ମଧ୍ୟରୁ ଗୁରୁବାର ବ୍ରତର ବହୁ ମାନ୍ୟତା ରହିବା ସହ ଶୁଭଫଳ ମିଳିଥାଏ ବୋଲି ଉଲ୍ଲେଖ ରହିଛି। ଶାସ୍ତ୍ର ଅନୁଯାୟୀ, ଗୁରୁବାରରେ ବ୍ରତ କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଗୁରୁବାର ଦିନଟି ବୃହସ୍ପତିଙ୍କ ବାର ହେବା ସହ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ବୃହସ୍ପତିଙ୍କ କୃପାରୁ ବୈବାହିକ ଜୀବନର ଯୋଗ ସୃଷ୍ଟି ହୋଇଥାଏ। ଏହା ସହ ବୃହସ୍ପତିଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ମଧ୍ୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ବିବାହର କାରକ ଗ୍ରହ ବୋଲି କୁହାଯାଏ। ଜାତକରେ ବୃହସ୍ପତିଙ୍କ ସ୍ଥିତି ସଠିକ ରହିଲେ ବିବାହ ଯୋଗ ହୋଇଥାଏ। ମାତ୍ର ବିବାହରେ ଯଦି ବାଧା ସୃଷ୍ଟି ହେଉଥାଏ ତେବେ ବୃହସ୍ପତି ସ୍ଥିତି ଜାତକରେ ସୁଦୃଢ କରିବା ପାଇଁ କିଛି ବିଶେଷ ଉପାୟ କରିବାକୁ ପଡ଼ିଥାଏ।
ଶାସ୍ତ୍ର ଅନୁଯାୟୀ ଜାତକରେ ସପ୍ତମ ଭାଗରେ ବୈବାହିକ ଜୀବନ ସହ ଗଭୀର ସମ୍ବନ୍ଧ ରହିଛି। ବୃହସ୍ପତିଙ୍କୁ ସପ୍ତମ ଭାଗର କାରକ ଗୁରୁ ଗ୍ରହ ବୋଲି କୁହାଯାଏ। ମଙ୍ଗଳକୁ ମଧ୍ୟ ବିବାହର କାରକ ଗ୍ରହ ବୋଲି କୁହାଯାଏ। ତେଣୁ କୁହଯାଏ ଯେ, ଜାତକରେ ସପ୍ତମ ଭାଗରେ ବୃହସ୍ପତି ଓ ମଙ୍ଗଳ ସଠିକ ଭାବେ ନରହିଲେ ବିବାହରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ କୁହାଯାଏ ଯେଉଁମାନଙ୍କ ବିବାହରେ ବାଧା ସୃଷ୍ଟି ହୁଏ ସେମାନେ ଗୁରୁବାର ବ୍ରତ ଓ ବୃହସ୍ପତିଙ୍କୁ ପୂଜା କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ବିବାହ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ।
ଜାଣନ୍ତୁ କିଭଳି କରିବେ ବ୍ରତ ଓ ଏହାର ବିଧି ବିଷୟରେ ଜାଣନ୍ତୁ….
ସକାଳ ସମୟରେ ଉଠି ସ୍ନାନ ସାରି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ।
ବୃହସ୍ପତିଙ୍କ ପ୍ରତିମା ସମ୍ମୁଖରେ ଦହି, କ୍ଷୀର ,ମହୁ, ଘିଅ, ଚିନି, ହଳଦିଆ ପୁଷ୍ପ ରଖନ୍ତୁ ଓ ପୂଜାର୍ଚ୍ଚନା କରନ୍ତୁ।
ଭୋଗରେ ଚଣା ଓ ଗୁଡ଼ ଅର୍ପଣ କରନ୍ତୁ।
ଭୋଗ ଲଗାଇ ‘ଓଁ ବୃହସ୍ପତେ ନମଃ’ ମନ୍ତ୍ରର ଜପ କରନ୍ତୁ।
ମନ୍ତ୍ର ଜପ କରିବା ପରେ ବୃହସ୍ପତିଙ୍କ ସମ୍ମୁଖରେ ଆଳତୀ କରନ୍ତୁ।
ଅସହାୟଙ୍କୁ ହଳଦିଆ ଫଳ ଦାନ କରନ୍ତୁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories