www.samajalive.in
Monday, December 8, 2025
27.1 C
Bhubaneswar

ସାଥୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନର କିଛି ଉପାୟ

ସମୟର ସହ ଅନେକ ଥର ସମ୍ପର୍କରେ ଦୂରତା ଆସିଯାଇଥାଏ। କେତେ ବେଳେ ଛୋଟ ଛୋଟ ଏହାର ମୁଖ୍ୟ କାରଣ ହୋଇଥାଏ ଏକଥା ଅନେକଙ୍କୁ ଜଣା ନ ଥାଏ। ଯଦି ଆପଣଙ୍କ ସହ ଏପରି କିଛି ହେଉଛି ତେବେ ଆପଣାନ୍ତୁ କିଛି ଉପାୟ ଯାହାଦ୍ବାରା ସମ୍ପର୍କରେ ମଧୁରତା ରହିବ। ସେହି ଉପାୟ ଦ୍ବାରା ଆପଣଙ୍କ ଜୀବନ ସାଥୀଙ୍କ ସହ ସୁଖରେ ଅତିବାହିତ ହେବ। ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ..

ନିଜକୁ ଭଲ ପାଆନ୍ତୁ :

- Advertisement -

ଆପଣ ଅନ୍ୟକୁ ସେତେବେଳେ ଖୁସିରେ ରଖିବେ ​‌ଯେତେବେଳେ ନିଜକୁ ନିଜେ ଖୁସି ଦେବା ସହ ଭଲପାଇବେ। ନିଜ ଭଲ ପାଇବା ଦ୍ବାରା ତାହା ଅନ୍ୟମାନଙ୍କ ଉପରେ ସୁପ୍ରଭାବ ପକାଇଥାଏ। ଏହାଦ୍ବାରା ଆପଣ ଉତ୍ତମ ସାଥୀଙ୍କୁ ପାଇପାରିବେ। ଏହାସହ ଆପଣ ସାଥୀଙ୍କ ପାଇଁ ଦାୟିତ୍ବବାନ ଓ ସୁଖର କାରଣ ହୋଇପାରିବେ।

ସମସ୍ତ କଥା ବାଣ୍ଟିବା ଉଚିତ :

କେବଳ ସ୍ବାମୀ-ସ୍ତ୍ରୀ ନୁହେଁ ସବୁ ସମ୍ପର୍କରେ ଏହା ଉପଲବ୍ଧ ଅଟେ। ଯେକୌଣସି ସମ୍ପର୍କ ହେଉ ନା କାହିଁକି ପରସ୍ପର ସହ ସବୁ କିଛି ବାଣ୍ଟିବା ଦ୍ବାରା ତାହା ସୁଦୃଢ ହୋଇଥାଏ। ଏହାଦ୍ବାରା ଆପଣ ଅସୁବିଧାରେ ଥିଲେ ସେଥିରୁ ଶୀଘ୍ର ମୁକ୍ତି ପାଇପାରିବେ। ପରସ୍ପର ପ୍ରତି ସବୁ କିଛି ବାଣ୍ଟିବା ଦ୍ବାରା ସମ୍ପର୍କରେ ବିଶ୍ବାସ ବୃଦ୍ଧି ପାଇଥାଏ।

ସମ୍ପର୍କକୁ ନେଇ ସଚ୍ଚୋଟ ରୁହନ୍ତୁ :

ସଚ୍ଚୋଟ ରହିବା ହିଁ ସବୁ ସମ୍ପର୍କର ମୂଳ ମନ୍ତ୍ର। ଏହି କାରଣରୁ ପରସ୍ପର ମଧ୍ୟରେ ବିଶ୍ବାସ ଜାତ ହୋଇଥାଏ। କେବେ ବି ଆପଣ ନିଜ ସାଥୀଙ୍କୁ କିଛି କଥା ଲୁଚାନ୍ତୁ ନାହିଁ। ଆପଣଙ୍କ କିଛି ଛୋଟ ଭୁଲ ସମ୍ପର୍କରେ ଦୂରତା ଆଣିପାରେ। ତେଣୁ ସର୍ବଦା ନିଜ ସାଥୀଙ୍କ ପ୍ରତି ସଚ୍ଚୋଟ ରୁହନ୍ତୁ।

କିଛି ସମୟ ଏକୁଟିଆ ଛାଡନ୍ତୁ :

ଆପଣଙ୍କ ସମ୍ପର୍କ ସାଥୀଙ୍କ ସହ ଯେତେ ମଧୁର ଥାଉ ନା କାହିଁକି ତାଙ୍କୁ କିଛି ସମୟ ଏକୁଟିଆ ଛାଡିବା ଉଚିତ। ତେବେ ବି କୌଣସି କଥା ନେଇ ତାଙ୍କ ମନ ଭାଙ୍ଗନ୍ତୁ ନାହିଁ। କୌଣସି କାର୍ଯ୍ୟ କରିବା ବେଳେ ମନା କରନ୍ତୁ ନାହିଁ, କିଛି ଛୋଟ କଥାକୁ ବଡ ଆକାରର କରି କରି କୁହନ୍ତୁ ନାହିଁ। ଏପରି କରିବା ଦ୍ବାରା ସେ ଆପଣଙ୍କ ସହ ରହିବାକୁ ଅଣନିଶ୍ବାସୀ ପରି ମନେ କରିବେ।

ଭୁଲକୁ କ୍ଷମା କରନ୍ତୁ :

ଆପଣ ତ ଶୁଣିଥିବେ, କ୍ଷମା ହେଉଛି ସବୁଠାରୁ ଉତ୍ତମ ଗୁଣ। ଏହି ନିୟମ ସବୁ ସମ୍ପର୍କରେ ରହିବା ଉଚିତ। ଭୁଲ ତ ସମସ୍ତେ କରି ଥାଆନ୍ତି। କିନ୍ତୁ ତାହାକୁ କ୍ଷମା କରିବା ସବୁଠାରୁ ବଡ ଗୁଣ ଅଟେ। ଯଦି ଆପଣ କେବେ କିଛି ଭୁଲ କରୁଛନ୍ତି ତେବେ ଭୁଲ ମାଗିବାକୁ କେବେ କୁଣ୍ଠାବୋଧ କରନ୍ତୁ ନାହିଁ। ଏହାସହ ଅନ୍ୟକୁ କ୍ଷମା ମଧ୍ୟ କରନ୍ତୁ। ଏପରି କରିବା ଦ୍ବାରା ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେବା ସହ ଭଲ ପାଇବା ବଢିଥାଏ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories