ଥାଇଲାଣ୍ଡ : ସ୍ୱପ୍ନର ଦେଶ

0

ବ୍ୟାକଂକ : ବିଦେଶ ଭ୍ରମଣରେ ଯିବା କ୍ଷେତ୍ରରେ ଭାରତୀୟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉଛି ଥାଇଲାଣ୍ଡ। ତେଣୁ ଥାଇଲାଣ୍ଡଙ୍କୁ ଭାରତୀୟ ପର୍ଯ୍ୟଟକଙ୍କ ମାତୃ ଦେଶ ବା ମଦର କଣ୍ଟ୍ରିର ମାନ୍ୟତା ମିଳିଛି। ବିଶ୍ୱ ପ୍ରସିଦ୍ଧ ବୁଦ୍ଧ ମନ୍ଦିର, ପରିଷ୍କାର ବେଳାଭୂମି, ବଜାର ମଝି ଦେଇ ଯାଇଥିବା ରେଳ ଗାଡ଼ି, ସବୁଜିମା ପରିପୂର୍ଣ୍ଣ ଗ୍ରାମ ଏବଂ ରଙ୍ଗାରଙ୍ଗ ଉତ୍ସବ ପାଇଁ ଥାଇଲାଣ୍ଡ ପ୍ରସିଦ୍ଧ। ଏସବୁ ଥାଇଲାଣ୍ଡକୁ ଏସିଆର ସବୁଠୁ ଭଲ ପର୍ଯ୍ୟଟନସ୍ଥଳ ଭାବେ ଗଢି ତୋଳିଛି।
ସୁପରଷ୍ଟାର ରଜନୀକାନ୍ତ ଜୀବନକୁ ୮ଟି ଭାଗରେ ବିଭକ୍ତ କରିଛନ୍ତି। ଠିକ ସେହିପରି ଥାଇଲାଣ୍ଡରେ ୮ଟି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି।
୮-ରାଲି : ରାଲି ହେଉଛି ଥାଇଲାଣ୍ଡର ଏକ ଦ୍ୱୀପାଞ୍ଚଳ। ଏଠାକୁ ଯିବା ପାଇଁ କୌଣସି ରାସ୍ତା କିମ୍ବା ବିମାନ ନାହିଁ। କେବଳ ବୋଟ ବା ଡଙ୍ଗା ମାଧ୍ୟମରେ ଏହି ସ୍ଥାନକୁ ଯାଇ ହେବ। ଏଠାରେ ଅଳ୍ପ ମୂଲ୍ୟରେ ରିସୋର୍ଟ ଉପଲବ୍ଧ ରହିଛି। ବାହୁବଳୀ ଚଳଚ୍ଚିତ୍ରରେ ବଡ଼ବଡ଼ ପଥର ଖଣ୍ଡ ଏବଂ ପାହାଡ଼ ଦେଖି ଆପଣଙ୍କର ପାହାଡ଼ ଚଢିବାକୁ ମନହୋଇଥିବ। ରାଲିରେ ଆପଣ ଏହାର ଲାଭ ନେଇପାରିବେ।
୭- ଫାନୋମରୁଙ୍ଗ : ସ୍ଥାନୀୟ ଭାଷା ଅନୁସାରେ ଏହି ସ୍ଥାନର ନାମକରଣ ହୋଇଛି ଫାନୋମରୁଙ୍ଗ। ଏଠାରେ ଏକ ବିଶାଳ ଶିବ ମ

ନ୍ଦିର ରହିଛି। ଦଶମରୁ ତ୍ରୟୋଦଶ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ନିର୍ମିତ ହୋଇଛି। କୈଳାସ ପର୍ବତ ଭଳି ଏହିସ୍ଥାନକୁ ମଧ୍ୟ ମହାପ୍ରଭୁ ଶିବଙ୍କର ପବିତ୍ରସ୍ଥଳ ବୋଲି କୁହାଯାଏ। ଏହି ମନ୍ଦିରର ବିଶେଷତ୍ୱ

ହେଲା ଯେ ୪ ବର୍ଷରେ ଥରେ ମନ୍ଦିରର ୧୫ ଦ୍ୱାର ଦେଇ ସୂର୍ଯ୍ୟ କରିଣ ପଡ଼ିଥାଏ। ସେହି ସମୟରେ ତାକୁ ଏକ ବଡ଼ ଉତ୍ସବ ଭାବେ ପାଳନ କରାଯାଏ।
୬- ପାଇ : ରାସ୍ତାକଡ଼ର ଭଳିକି ଭଳି ଥାଇ ଖାଦ୍ୟ ପାଇଁ ପାଇ ପ୍ରସିଦ୍ଧ। ରାତିରେ ପାଇ ଗ୍ରାମର ଚଲାପଥ କଡ଼ରେ ବିଭିନ୍ନ ରକମର ଖାଦ୍ୟ ମିଳିଥାଏ। କିଣାବିକା ପସନ୍ଦ କରୁନଥିବା ଲୋକ ମଧ୍ୟ ରାସ୍ତାକଡ଼ ଖାଦ୍ୟର ମଜାନେବା ପାଇଁ ଏଠାକୁ ଆସିଥାନ୍ତି। ପାହାଡ଼ ପାଦ ଦେଶରେ ଏହି ସ୍ଥାନ ରହିଛି। ପାହାଡ଼ ଚଢିବାକୁ ପସନ୍ଦ କରୁଥିବା ଲୋକ ମଧ୍ୟ ଏଠାକୁ ଆସିଥାନ୍ତି। ପାହାଡ଼ ଉପରେ ଏକ ବୁଦ୍ଧ ମନ୍ଦିର ରହିଛି। ପାହାଡ଼ ଶୀର୍ଷରେ ଚତୁଃପାର୍ଶ୍ବର ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ଏଠାକୁ ଲୋକଙ୍କ ଧାଡ଼ି ଲମ୍ବିଥାଏ।
୫- ଚାଙ୍ଗରାଇ : ଥାଇଲାଣ୍ଡର ଉତ୍ତରାଞ୍ଚଳରେ ଲାଓସ ଏବଂ ମିଅାଁମାର ସୀମାରେ ଚାଙ୍ଗରାଇ ଅବସ୍ଥିତ। ଚେନ୍ନଇର ବର୍ମା ବଜାର ଭଳି ଏଠାରେ ସବୁକିଛି ମିଳିଥାଏ। ଦିନ ବେଳା ଶାନ୍ତ ରହୁଥିବା ଏହି ସ୍ଥାନ ରାତିରେ ବିଭିନ୍ନ ପାର୍ଟି ଓ ଉତ୍ସବରେ ମୁଖରିତ ହୋଇଥାଏ।
୪- ଖାଓ ସାକ ଜାତୀୟ ଅଭୟାରଣ୍ୟ : ପାହାଡ଼ ଓ ଜଙ୍ଗଲ ଭଳି ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ ହେଉଛି ଥାଇଲାଣ୍ଡର ଖାଇ ସାକ ଜାତୀୟ ଅଭୟାରଣ୍ୟ। ଏଠାରେ ଜଙ୍ଗଲ ମଝିରେ ପାହାଡ଼ ଚଢିବାର ମଜା ନେଇ ହେବ। ପର୍ଯ୍ୟଟକ ଏଠାରେ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବା, ସମୁଦ୍ରରେ ସ୍କୁବା ଡ୍ରାଇଭିଂ ଓ ପହଁରିବା ଭଳି ସାହାସିକ କ୍ରୀଡ଼ାର ମଜା ନେଇ ପାରିବେ।
୩- କାଞ୍ଚନପୁରୀ : ଡେଥ ରେଲୱେ ବା ମୃତ ରେଳ ନାମରେ ପ୍ରସିଦ୍ଧ ଏହି ସ୍ଥାନ କୁୱାଇ ସେତୁ ଉପର ଭାଗରେ ଅବସ୍ଥିତ। ଏହି ସ୍ଥାନ ପ୍ରଥମ ବିଶ୍ୱଯୁଦ୍ଧ ସମୟର ଅନେକ ସ୍ମୃତି ବହନ କରିଛି। ସେହିପରି କୁୱାଇ ସେତୁର ନିଜସ୍ୱ ଇତିହାସ ରହିଛି। ଏହି ସହରରେ ଏରାୱାନ ପାର୍କ, ଜଳପ୍ରପାତ ରହିଛି। ନବବିବାହିତ ଦମ୍ପତିଙ୍କ ପାଇଁ ଏହା ସବୁଠୁ ଉପଯୋଗୀ ସ୍ଥାନ ବୋଲି କୁହାଯାଏ।
୨- ବ୍ୟାକଂକ : ଥାଇଲାଣ୍ଡର ରାଜଧାନୀ ଓ ସବୁଠୁ ବଡ଼ ସହର ହେଉଛି ବ୍ୟାକଂକ। ଏଠାରେ ଆକାଶଚୁମ୍ବୀ ଅଟ୍ଟାଳିକା, ସୋପିଂ ମଲ ରହିଛି। ନଦୀ ଘେରା ଏହି ସହରରେ ଯାତାୟତ ପାଇଁ ବ୍ୟବହୃତ ଡଙ୍ଗା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାସହ ବ୍ୟାକଂକରେ ବିଶ୍ୱର ସବୁଠୁ ବଡ଼ ମୁକ୍ତ ବଜାର ଚାଟୁଚାକ ରହିଛି। ଅବିବାହିତ ପରୁଷଙ୍କ ଏଠାରେ ପର୍ଯ୍ୟଟନର ଭରପୁର ମଜା ନେଇପାରିବେ। ଏଠାରେ ଏମେରାଲ୍ଡ ମୂର୍ତ୍ତି, ଅରୁଣୱାଟ ମନ୍ଦିର ଏବଂ ଗ୍ରାଣ୍ଡ ପାଲେସ ରହିଛି।
୧- ଥାଇ ଦ୍ୱୀପ : ଥାଇ ଦ୍ୱୀପରେ ଭିଲୁ, ଚିଲୁ ଭଳି ଅନେକ ତାମିଲ ଚଳଚ୍ଚିତ୍ର ଗୀତର ସୁଟିଂ କରାଯାଇଛି। କେବଳ ତାମିଲ ନୁହେଁ ଏଠାରେ ପ୍ରସିଦ୍ଧ ହଲିଉଡ଼ ଚଳଚ୍ଚିତ୍ର ଜେମ୍ସ ବଣ୍ଡ ଶୃଙ୍ଖଳାର ‘ମ୍ୟାନ ଉଇଥ ଗୋଲ୍ଡେନ ଗନ’ ର ମଧ୍ୟ ସୁଟିଂ କରାଯାଇଛି। ସେବେଠାରୁ ଏହି ଦ୍ୱୀପର ନାମ ଜେମ୍ସ ବଣ୍ଡ ଦ୍ୱୀପ ରହିଛି। ସ୍ୱଚ୍ଛ ସମୁଦ୍ର ଜଳ, ସାମୁଦ୍ରିକ ଜଳ କ୍ରୀଡ଼ା ପାଇଁ ଏହି ସ୍ଥାନ ପ୍ରସିଦ୍ଧ। ଏହା ଉଭୟ ବିବାହିତ ଏବଂ ଅବିବାହିତଙ୍କ ପାଇଁ ପସନ୍ଦ ଯୋଗ୍ୟ ସ୍ଥାନ।

Leave A Reply