www.samajalive.in
Wednesday, December 10, 2025
18.1 C
Bhubaneswar

ମନ୍ତ୍ରୀଙ୍କ ଘରେ ଆୟକର ଚଢ଼ାଉ

ବେଙ୍ଗାଲୁରୁ: କର୍ନାଟକର କ୍ଷୁଦ୍ର ଜଳସେଚନ ମନ୍ତ୍ରୀ ସି. ଏସ. ପୁଟ୍ଟୁରାଜୁ ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଗୁରୁବାର ଭୋର ସମୟରେ ୮ଜଣ ସିଆରପିଏଫ ଯବାନଙ୍କ ସହ ଆୟକର ବିଭାଗର ୩ଟି ଟିମ୍‌ ମନ୍ତ୍ରୀଙ୍କରେ ଚଢ଼ାଉ କରିଥିଲେ।

ପୁଟ୍ଟୁରାଜୁ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆୟକର ବିଭାଗର ୩ଟି ଟିମ ମାଣ୍ଡୟାର ଚିନ୍ନାକୁରଲୀସ୍ଥିତ ତାଙ୍କ ବାସଭବନ ଏବଂ ମହୀଶୂରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛନ୍ତି। ଏଥିରେ ସେ ଆଦୌ ଭୟଭୀତ ନୁହନ୍ତି ବୋଲି କହିଛନ୍ତି।

- Advertisement -

ଅନ୍ୟପଟେ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଏହି ଚଢ଼ାଉକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରକୃତ ସର୍ଜିକାଲ ଷ୍ଟ୍ରାଇକ ବୋଲି କହିଛନ୍ତି। କର୍ନାଟକରେ ବିଜେପି ହାରିବା ପରେ ମୋଦୀ ପ୍ରତିଶୋଧ ପରାୟଣ ହୋଇ ଆୟକର ବିଭାଗକୁ ରାଜ୍ୟ ନେତା ଏବଂ ମନ୍ତ୍ରୀଙ୍କ ବିରୋଧରେ ଅସ୍ତ୍ର କରିଛନ୍ତି। ଜେଡିଏସ୍‌ ନେତା ମଧୁ ବଙ୍ଗରପ୍ପା କହିଛନ୍ତି, ବିଜେପି ରାଜନୈତିକ ଖେଳ ଖେଳିବାକୁ ଉଦ୍ୟମ କରୁଛି। ଏହି ଆୟକର ଚଢ଼ାଉ କାହିଁକି କୌଣସି ବିଜେପି ନେତାଙ୍କ ଘରେ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories