www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ, ହୋଲି ଖେଳିସାରିବା ପରେ କିପରି ଛଡ଼ାଇବେ ରଙ୍ଗ

ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏନେଇ ସମସ୍ତଙ୍କ ମନରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ପିଲାମାନେ ଏହି ଦିନକୁ ବ୍ୟଗ୍ରତାର ସହକାରେ ଚାହିଁ ବସିଥାଆନ୍ତି। ହେଲେ ଆମର କିଛି ଅସାବଧାନତା ଯୋଗୁଁ ଆନନ୍ଦ ଓ ଉଲ୍ଲାସର ଏହି ଦିନଟି ଆମ ପାଇଁ ଦୁଃଖର କାରଣ ପାଲଟିଯାଏ। ତେଣୁ ରଙ୍ଗ ଖେଳିବା ବେଳେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ। ଏଥିସହିତ ଦେହରେ ଲାଗିଥିବା ରଙ୍ଗକୁ ଛଡ଼ାଇବାର ସଠିକ୍ ଉପାୟ ମଧ୍ୟ ଜାଣିରଖିବା ଆବଶ୍ୟକ। ନଚେତ୍ ଚର୍ମ ଖରାପ ହେବା ସହ ଆହୁରି ଅନେକ ଚର୍ମରୋଗ ଦେଖା ଦେବ। ତେବେ ଚାଲନ୍ତୁ ଜାଣିବା ହୋଲି ରଙ୍ଗ ଛଡ଼ାଇବାର ସହଜ ଉପାୟ ବିଷୟରେ –

– ରଙ୍ଗର କୁପ୍ରଭାବରୁ ବର୍ତ୍ତିବା ପାଇଁ ଓ ସହଜରେ ରଙ୍ଗ ଛଡ଼ାଇବା ପାଇଁ ପ୍ରଥମେ ରଙ୍ଗ ଖେଳିବା ପୂର୍ବରୁ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ସାରା ଦେହରେ ମାଲିସ କରି ଦିଅନ୍ତୁ। ଏହାଦ୍ବାରା ରଙ୍ଗ ଦେହରେ ସହଜରେ ଲାଗି ରହିବନାହିଁ ଓ ସାବୁନ ଲଗାଇବା ମାତ୍ରେ ହିଁ ରଙ୍ଗ ଛାଡ଼ିଯିବ।
– ଯଦି ଆପଣ ସମ୍ପୂର୍ଣ୍ଣ ଶରୀରରେ ବହୁତ ମାତ୍ରାରେ ରଙ୍ଗ ଲାଗିଯାଇଛି, ତେବେ ସାୱାର କିମ୍ବା ଚାଲୁଥିବା ପାଣି ତଳେ ୧୦ ମିନିଟ୍ ଠିଆ ହୋଇଯାଆନ୍ତୁ। ଏହାଦ୍ବାରା ରଙ୍ଗ ଛଡ଼ାଇବା ସହଜ ହେଇଥାଏ।
– ତ୍ବଚାରେ ଲାଗିଥିବା ରଙ୍ଗ ଛଡ଼ାଇବା ପାଇଁ ଅଧିକ ସ୍କ୍ରବ୍ କରନ୍ତୁ ନାହିଁ। ଏହାଦ୍ବାରା ତ୍ବଚା ଖରାପ ଓ ଶୁଷ୍କ ହୋଇଯାଏ।
– ସାଧାରଣ ସାବୁନରେ ରଙ୍ଗ ଛଡ଼ାଇବା ପରିବର୍ତ୍ତେ ଲିକ୍ବିଡ଼୍ ସୋପ୍ ବା ବଡି ୱାସର ବ୍ୟବହାର କରନ୍ତୁ। ଏହାଦ୍ବାରା ଆପଣଙ୍କ ତ୍ବଚାର ନମନୀୟତା ବଜାୟ ରହିବା ସହ ରଙ୍ଗ ମଧ୍ୟ ଶୀଘ୍ର ଛାଡ଼ିଯିବ। ଏହାପରେ ହର୍ବାଲ ଫେସପ୍ୟାକ୍ ଚେହେରାରେ ଲଗାନ୍ତୁ। ଏହାଦ୍ବାରା କୌଣସି ପ୍ରକାରର ଆଲର୍ଜି ହେବନାହିଁ।
– ଚେହେରାରୁ ରଙ୍ଗ ଛଡ଼ାଇବା ପାଇଁ ତୁଳାରେ ଅଲିଭ୍ ଅଏଲ ନେଇ ଧିରେ ଧିରେ ରଙ୍ଗ ଛଡ଼ାନ୍ତୁ। ଏହାପରେ ଥଣ୍ଡା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories