www.samajalive.in
Tuesday, December 9, 2025
17.1 C
Bhubaneswar

ଆତଙ୍କବାଦ ଦମନ ପ୍ରସଙ୍ଗ; ପ୍ରତିଶ୍ରୁତିବଦ୍ଧତା ପ୍ରମାଣ ପାଇଁ ଦାଉଦ, ସଲାହୁଦ୍ଦିନକୁ ଫେରାଉ ପାକିସ୍ତାନ

ନୂଆଦିଲ୍ଲୀ : ନିଜକୁ ଆତଙ୍କବାଦୀ ବିରୋଧୀ ରାଷ୍ଟ୍ର ଦର୍ଶାଉଥିବା ପାକିସ୍ତାନ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଓ ସୟଦ ସଲାଉଦ୍ଦିନକୁ ଭାରତକୁ ହସ୍ତାନ୍ତର କରି ଆତଙ୍କବାଦ ଦମନ ଦିଗରେ ଏହାର ପ୍ରତିଶ୍ରୁତିବଦ୍ଧତା ପ୍ରମାଣ କରିପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର କୁହାଯାଇଛି। ସରକାରୀ ସୂତ୍ରରୁ କୁହାଯାଇଛି ଯେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଜୈଶ-ଇ-ମହମ୍ମଦ ସମେତ ଅନ୍ୟାନ୍ୟ ଆତଙ୍କବାଦୀ ଦଳଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ପାକିସ୍ତାନ କେତେକ ଆତଙ୍କବାଦୀଙ୍କୁ ପ୍ରତିଶେଧାତ୍ମକ ହାଜତରେ ରଖିଥିବା ବେଳେ ତାହାକୁ ଲୋକଦେଖାଣିଆ ପଦକ୍ଷେପ ଦର୍ଶାଇଛି ଭାରତ। ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ବାରା କୌଣସି ସୁଫଳ ମିଳିବ ନାହିଁ। ପାକିସ୍ତାନ ମାଟିରେ ପ୍ରତିପାଳିତ ଆତଙ୍କବାଦୀ ସଂଗଠନ ଭାରତରେ ଆତଙ୍କବାଦୀ ହାମଲା କରିଥିବା ନେଇ ଦିଆଯାଇଥିବା ପ୍ରମାଣଗୁଡିକୁ ଯେକୌଣସି ତୃତୀୟ ରାଷ୍ଟ୍ର ଦ୍ବାରା ଯାଞ୍ଚ କରାଯାଇପାରେ ବୋଲି ଭାରତ କହିଛି। ପୂର୍ବରୁ ମୁମ୍ବଇ ଆକ୍ରମଣ ନେଇ ପାକିସ୍ତାନକୁ ଅନେକ ପ୍ରମାଣ ହସ୍ତାନ୍ତର କରିଥିବା ଭାରତ ପୁଲୱାମା ଆକ୍ରମଣର ବହୁ ପ୍ରମାଣ ପ୍ରଦାନ କରିଛି। କିନ୍ତୁ ପାକିସ୍ତାନ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଭାରତ କ୍ଷୁବ୍ଧ ହୋଇ ଏହା ସହିତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories