www.samajalive.in
Thursday, December 11, 2025
23.1 C
Bhubaneswar

କେଜରିୱାଲ ଓ ୩ ଆପ୍‌ ନେତାଙ୍କୁ ସମନ

ନୂଆଦିଲ୍ଲୀ : ବିଜେପି ନେତା ରାଜୀବ ବାବରଙ୍କ ଦ୍ବାରା ଆଗତ ଏକ ମାନହାନି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ତାଙ୍କ ଆମ୍‌ ଆଦମୀ ପାର୍ଟିର ତିନି ଜଣ ନେତାଙ୍କୁ ସ୍ଥାନୀୟ ପଟିଆଲା ହାଉସ୍‌ କୋର୍ଟ ସମନ ଜାରି କରିଛନ୍ତି। ଏପ୍ରିଲ ୩୦ରେ ସେମାନଙ୍କୁ ଅଦାଲତରେ ହାଜର ହେବା ପାଇଁ ଏଥିରେ କୁହାଯାଇଛି। ଅନ୍ୟ ତିନି ନେତା ହେଉଛନ୍ତି ରାଜ୍ୟସଭା ସାଂସଦ ସୁଶୀଲ କୁମାର ଗୁପ୍ତା, ଦଳର ମୁଖପାତ୍ର ଅତିଶୀ ଓ ବିଧାୟକ ମନୋଜ କୁମାର। ଏମାନେ ସମସ୍ତେ ସାମାଜିକ ଗଣମାଧ୍ୟମ ଜରିଅାରେ ବିଜେପିର କୁତ୍ସାରଟନା କରୁଥିବା ଓ ଭୋଟର ତାଲିକାରୁ ଅନେକଙ୍କ ନାମ ବାଦ୍‌ ଦେଇଥିବା ରାଜୀବ ଅଭିଯୋଗ କରିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories